ହସ୍ତକଳା ଓ ବିକାଶ ଉପରେ ଆଲୋଚନାଚକ୍ର
ନୂଆପଡା: ଖଡିଆଳ ମହୋତ୍ସବ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଏକ ଆଲୋଚନାଚକ୍ର ନୂଆପଡ଼ା ଜିଲ୍ଲା ହସ୍ତକଳାର ସ୍ଥିତି ଓ ବିକାଶ ଉପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିତେନ୍ଦ୍ର ନାଥ ପଟ୍ଟନାୟକ ସଭାପତି ଖଡିଆଳ ମହୋତ୍ସବ ସମ୍ମାନିତ ଅତିଥି, ମୁଖ୍ୟଅତିଥି ଭାବେ ବିଧାୟକ ତଥା ମହୋତ୍ସବ ଉପଦେଷ୍ଟା ଯୋଗଦେଇ ଥିବାବେଳେ ମେଜର ଡଃ ରାମ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଆଲୋଚକ ଭାବେ ଜିଲ୍ଲା ହସ୍ତ କଳା ସହ ନିଦେ୍ର୍ଦଶକ ପୁଷ୍ପ ରଞ୍ଜନ ସାହୁ, ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ ହସ୍ତ କଳାର ସ୍ଥିତି, ତଥ୍ୟ ଓ ବିକାଶ ଉପରେ ଆଲୋକପାତ କରିଥିଲେ । ଡଃ ପଦ୍ମ ଲୋଚନ ବର୍ମା, ରୁପଶ୍ରୀ ବାରିକ, ଅମିତ ମେହେର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସ୍ୱଂୟଶାସିତ କଲେଜ, ଖଡିଆଳର ଛାତ୍ରଛାତ୍ରୀ, କଳାକାର, ବୁଦ୍ଧିଜୀବୀ, ସାମ୍ବାଦିକ, ଗୋବର୍ଦ୍ଧନ ସୁନା, ପ୍ରବୀଣ ପଟ୍ଟନାୟକ, ଡ଼ଃ ସୁଶାନ୍ତ ବିଶି, ପୃଥୀରାଜ ମହାନ୍ତି, ଉପଦେଷ୍ଟା ଜଗବନ୍ଧୁ ବାରିକ ଆଦି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।