ସମବାୟ ବ୍ୟାଙ୍କର ସଧାରଣ ପରିଷଦ ବୈଠକ
ଜୟପୁର : ଜୟପୁର ଅର୍ବାନ ସମବାୟ ବ୍ୟାଙ୍କର ୮୧ ତମ ସଧାରଣ ପରିଷଦ ବୈଠକ ବ୍ୟାଙ୍କ ପରିସରରେ ଥିବା ସଭାଗୃହରେ ବ୍ୟାଙ୍କର ସଭାପତି ସୁକାନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଏହି ସଭାରେ ସର୍ବସମ୍ମତିକ୍ରମେ ଦୀର୍ଘଦିନର ବକେୟା ଋଣଗୁଡ଼ିକ ଏକକାଳୀନ ବନ୍ଦବସ୍ତ ମଧ୍ୟମରେ ଋଣ ସମାପ୍ତ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଏହା ସହ ବ୍ୟାଙ୍କର ଚିହ୍ନରେ ବ୍ୟାଙ୍କର ନାମ ଲେଖା ଇଂରାଜୀରେ ହୋଇଥିବା ହେତୁ ଏହାକୁ ଓଡ଼ିଆରେ ଲେଖିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ସଭାରେ ବ୍ୟାଙ୍କର ବିଗତ ଦିନର ପ୍ରସ୍ତାବଗୁଡ଼ିକୁ ବିଚାର ସହ ସଭାପତଙ୍କ ଅଭିଭାଷଣ, ଆୟ ବ୍ୟୟର ସମୀକ୍ଷା, ଆଗାମୀ କାର୍ଯ୍ୟପନ୍ଥା, ଆଗାମୀ ବୋଜେଟ ସମ୍ବନ୍ଧରେ ଆଲଚୋନା ହୋଇଥିଲା । ଏହି ସଭାରେ ସମ୍ପାଦିକା ବିଜୟା, ନିଦେ୍ର୍ଦଶକ ଦେବେନ୍ଦ୍ର ବାହିନୀପତି, ରମାକାନ୍ତ ରାଉଳ, ଅମର ଆହୁଜା, ସୁବାଷ ସାହୁ, ଲକ୍ଷ୍ମନ ରାଓ, ଦେବ ଚୌଧୁରୀ, ଆର ପଦ୍ମା ପ୍ରମୁଖଙ୍କ ସହ ଅନ୍ୟ ନିଦେ୍ର୍ଦଶକ ଏବଂ ସଭ୍ୟମାନେ ଉପସ୍ଥିତ ଥିଲେ ।