ହାଇକୋର୍ଟରେ କଟକ ସହର ସମସ୍ୟା ସଂପର୍କିତ ମାମଲା : ପରିମଳ ବ୍ୟବସ୍ଥାକୁ ନେଇ ଉଦବେଗ

କଟକ  : କଟକ ସହରର ସମସ୍ୟା ସଂପର୍କିତ ମାମଲା ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ସହରର ପରିମଳ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ସହରରେ ଯେପରି ଝାଡ଼ାବାନ୍ତି ନ ବ୍ୟାପେ, ସେ ନେଇ ସମସ୍ତ ସତର୍କତା ମୂଳକ ପଦକ୍ଷେପ ନେବା ଲାଗି ଆଜି ହାଇକୋର୍ଟ ସିଏମସିକୁ ନିଦେ୍ର୍ଦଶ ଦେଇଛନ୍ତି । କଟକ ସହରକୁ ସଂକ୍ରମଣମୁକ୍ତ ରଖିବା ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମସି ଆଗୁଆ ପଦକ୍ଷେପ ନେବା ଲାଗି କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏହା ବ୍ୟତୀତ ଡ୍ରେନର ରକ୍ଷଣାବେକ୍ଷଣ ଏବଂ ସମ୍ଭାବ୍ୟ ଜଳବନ୍ଦୀ ଅଞ୍ଚଳରୁ ଜଳ ନିସ୍କାସନ ବ୍ୟବସ୍ଥା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ସହରବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ନେଇ ୱାଟକୋ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ନେବା ଲାଗି କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ନିଦେ୍ର୍ଦଶର କାର୍ଯ୍ୟାକାରିତା ସତ୍ୟପାଠରେ ଦେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଆସନ୍ତା ୩ ତାରିଖରେ ଏହି ମାମଳାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।