ଓଲଟିଲା ପାଉଁଶ ବୋଝେଇ ହାଇୱା
ବାରଙ୍ଗ : ପାଟପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ ପାଉଁଶ ବୋଝେଇ ହାଇୱା ରାସ୍ତାକଡ଼କୁ ଓଲଟି ପଡ଼ିଛି । ସୌଭାଗ୍ୟ ବଶତଃ ଦୁର୍ଘଟଣାରୁ ଚାଳକ ଏବଂ ତାଙ୍କର ସହଯୋଗୀ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ, ଗୁରୁବାର ଭୋର ସମୟରେ ତ୍ରିଶୁଳିଆ ବାଙ୍କୀ ମୁଖ୍ୟରାସ୍ତାରେ ହାଇୱାଟି ତ୍ରିଶୁଳିଆ ଅଭିମୁଖେ ଦ୍ରୁତଗତିରେ ଆସୁଥିଲା । ପାଟପୁରଗ୍ରାମ ନିକଟରେ ଭାରସାମ୍ୟ ହରାଇ ମୁଖ୍ୟରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ଖବରପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗାଡ଼ିଟିକୁ ଜବତ କରିବା ସହ ଗାଡ଼ି ଚାଳକ ଓ ସହଯୋଗୀଙ୍କୁ ଅଟକ ରଖିଛି ।