ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଇଗୁଆନାଙ୍କ ଜନ୍ମ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ପାର୍କରେ ଆଜି ପାଞ୍ଚଟି ଇଗୁଆନା ଜନ୍ମଗ୍ରହଣ କରିଛନ୍ତି । ଯାହା ୩୩ ବର୍ଷ ପରେ ଇଗୁଆନାର ସଫଳ ଜନ୍ମକୁ ଚିହ୍ନିତ କରିଛି । ଶେଷ ଜନ୍ମ ୧୯୯୨ ମସିହାରେ ରେକର୍ଡ କରାଯାଇଥିଲା । ଉପଲବ୍ଧ ୨ଟି ବୟସ୍କ ପୁରୁଷ ଇଗୁଆନା ଏବଂ ନୂତନ ରକ୍ତ ରେଖା ଇନଫୁ୍ୟଜନକୁ ଯୋଡ଼ିବା ପାଇଁ, ନନ୍ଦନକାନନ ୨୫.୧୧.୨୦୨୪ ରେ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରୁ ୨ ଟି ମାଈ ଏବଂ କୋଲକାତାର ଆଲିପୁର ଚିଡ଼ିଆଖାନାରୁ ୮ ଟି ଇଗୁଆନା (୪ ପୁରୁଷ ଏବଂ ୪ ମାଈ) ହାସଲ କରିଥିଲା ।ପାଞ୍ଚଟି ନବଜାତଙ୍କ ମଧ୍ୟରୁ, ତିନିଟି ସକ୍ରିୟ ପ୍ରାଣୀଙ୍କୁ ସରୀସୃପ ପାର୍କରେ ସ୍ୱତନ୍ତ୍ର ଯନôର ବ୍ୟବସ୍ଥା ସହିତ ରଖାଯାଇଛି ଓ ଦୁଇଟି କମ୍ ସକ୍ରିୟ ପ୍ରାଣୀଙ୍କୁ ଯନô ପାଇଁ ହାତ ପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।