ହାତୀଙ୍କ ଉପଦ୍ରବ, ଭାଙ୍ଗିଲା ଘର
ତାଳଚେର: ତାଳଚେର ବ୍ଳକ କଙ୍କିଳି ପଂଚାୟତ ହରିହରପୁର ଗ୍ରାମ ଗତାକାଲି ବିଳମ୍ବିତ ରାତ୍ରୀରେ ହାତୀପଲ ପଶି ଜ୍ୟୋତିରଞ୍ଜନ ମିଶ୍ର (୬୧)ଙ୍କ ଦୋକାନ ଘର ଭାଙ୍ଗି ଦେଇଥିବା ବେଳେ ବାଡିରେ ଲାଗିଥିବା ପନିପରିବା ଇତ୍ୟାଦି ନଷ୍ଟ କରିବାଥିବା ସେ ଅଭିଯୋଗ କରିଛନ୍ତି । ଏହି ହାତୀପଲଙ୍କ ନାଳ ଜିଲ୍ଳା ପର୍ଜଙ୍ଗ ବ୍ଲକ ଖାଲପାଳ ଗ୍ରାମ ବ୍ରାହ୍ମଣୀ ନଦୀପାର ହୋଇ ବାରମ୍ବାର ଖାଦ୍ୟ ଅନ୍ୱେଷଣରେ ତାଳଚେର ବ୍ଲକର କଙ୍କିଳି, ଧରମପୁର, ସନ୍ଥପଡା, ଗୁରୁଜାଙ୍ଗୁଲି ପଂଚାୟତକୁ ପଶି ଆସି ଆତଙ୍କ ଖେଳାଇବା ସହ ଭିନ୍ନ ଭିନ୍ନ ସମୟରେ ଧାନଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ନଷ୍ଟ କରିବା ସହିତ ଘରଦ୍ୱାର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥାଏ । ଏସମ୍ପର୍କରେ ତାଳଚେର ରେଞ୍ଜର ଖବର ପାଇ ଘଟଣା ସ୍ଥଳରେ ପଂହଚି ହାତୀକୁ ଘଉଡାଇବାକୁ ଚେଷ୍ଟା କରିବା ସହିତ କ୍ଷୟକ୍ଷତି ଆକଳନ କରିଥିବା ଅଂଚଳବାସୀଙ୍କ ଠାରୁ ସୂଚନା ମିଳିଛି ।