‘ହାଲ୍’ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାରେ ‘ହାଲ’ର ପ୍ରମୁଖ ଭୂମିକା 

 ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କୋରାପୁଟ ଗସ୍ତରେ ସୁନାବେଡ଼ା ସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍) ପରିଦର୍ଶନ କରିବା ସହ ଆୟୋଜିତ ଏକ ବୈଠକରେ ଯୋଗଦେଇ ହାଲର ପ୍ରତିନିଧି ଦଳକୁ ବିଭିନ୍ନ ପ୍ରସ୍ତାବମାନ ଦେଇଛନ୍ତି  । ଏମଆଇଜି ଓ ସୁଖୋଇ ସିରିଜ୍ ବିମାନ ପାଇଁ ଇଞ୍ଜିନ ଓ ଯନ୍ତ୍ରାଂଶ ନିର୍ମାଣ କରୁଥିବା ହାଲ୍ ବିଶ୍ୱରେ ସ୍ୱତନ୍ତ୍ର ଗୌରବ ଅର୍ଜନ କରିଛି । ଏଭିଓନିକ୍ସ, ଏରୋସ୍ପେସ୍, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଏହାର ବର୍ଦ୍ଧିତ କ୍ଷମତାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ  । ଏହି ଅବସରରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ପ୍ରଧାନ କୋରାପୁଟରେ ଥିବା ସୁବିଧା ଅନୁସାରେ ହାଲ୍ ଆଧାରିତ ଏକ ସୁଦୃଢ଼ ଏମଏସଏମଇ କ୍ଲଷ୍ଟର ବିକଶିତ କରିବା ପାଇଁ ନେତୃତ୍ୱକାରୀ ଟିମକୁ ପରାମର୍ଶ ଦେଇଛନ୍ତି । ଏହା ସ୍ଥାନୀୟ ଲୋକମାନଙ୍କ ପାଇଁ ବୃହତ ନିଯୁକ୍ତି ଏବଂ ଉଦ୍ୟମିତା ସୁଯୋଗ ସୃଷ୍ଟି କରିବ । ଏହା ଦ୍ୱାରା ସ୍ଥାନୀୟ ବ୍ୟବସାୟ ମଧ୍ୟ ବୃଦ୍ଧି କରାଇବାରେ ସହାୟକ ହେବ । ସେ କହିଥିଲେ ଯେ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ାର ସ୍କୁଲଗୁଡ଼ିକରେ ହାଲ୍ ଷ୍ଟେମ ଲ୍ୟାବ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷା ପରୀକ୍ଷାଗାର) ବିକାଶ କରିବା ଉପରେ କାମ କରିବା ଉଚିତ୍  । ହାଲ୍ ଆଇଆଇଟି ମାଡ୍ରାସ ସହ ମିଶି ଏରୋସ୍ପେସ୍, ପ୍ରତିରକ୍ଷା ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଡିପ୍ଲୋମା/ୟୁଜି ପାଠ୍ୟକ୍ରମ ପ୍ରଦାନ କରିବା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା, କୋରାପୁଟ ସହିତ ମଧ୍ୟ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ  । ଏହି ପରିଦର୍ଶନ କାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ୍ ଫର୍ ଲୋକାଲ ଆହ୍ୱାନ କ୍ରମେ କୋରାପୁଟ କଫି, କୋଟପାଡ ହସ୍ତତନ୍ତ ଏବଂ ଜିଲ୍ଲାର ଆଦିବାସୀ ଐତିହ୍ୟକୁ ପ୍ରୋସôାହିତ କରିବା ପାଇଁ ଶ୍ରୀ ପ୍ରଧାନ ହାଲର ପ୍ରତିନିଧିଟିମକୁ ପରାମର୍ଶ ଦେଇଥିଲେ ।