ହୋଟେଲ ଓ ଜଳିଖିଆ ଦୋକାନରେ ଚଢଉ
ନାଉଗାଁ : ନାଉଗାଁ ବଜାରରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢ଼ାଉ କରାଯାଇ ଜୋରିମାନା ଆଦାୟ କରାଯାଇଛି । ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ଜଗତସିଂହପୁର ଖାଦ୍ୟ ନିରାପତ୍ତା ଅଧିକାରିଣୀ ସମିତା ଦାସ ଆଜି ନାଉଗାଁ ବଜାର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ, ଉଠା ଦୋକାନ ଉପରେ ଚଢ଼ାଉ କରିବା ସହିତ ରଙ୍ଗମିଶା ଖାଦ୍ୟ ବାସିଖାଦ୍ୟ ମାନ ଯାଞ୍ଚ କରିବା ସହିତ ବିଭିନ୍ନ ଜଳିଖିଆ ଦୋକାନ ଉଠା ଦୋକାନ ଉପରେ ଜରିମାନା ଆଦାୟ କରିଥିଲେ । ଡ୍ରେନ ବ୍ୟବସ୍ଥା ଓ ବାସନ ମାଜିବା ସ୍ଥାନକୁ ସ୍ୱଚ୍ଛ ରଖିବା ପାଇଁ ପରାମର୍ଶ ଦେଇଛି । ବିଭିନ୍ନ ଅଞ୍ଚଳରେ ହଇଜା ବ୍ୟାପିଥିବାରୁ ଯେପରି କେହି ଲୋକ ବାସିଖାଦ୍ୟ କିମ୍ବା ମାଛି ବସା ଖାଦ୍ୟ ନ ଖାଆନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଦୋକାନୀ ମାନଙ୍କୁ ବୁଝାଇଥିଲେ ।