ପୁଞ୍ଜିପଥରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି
ନୂଆପଡା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡଙ୍ଗରବୁଢା ପୀଠ ପୁଞ୍ଜିପଥର ମନ୍ଦିର ଠାରେ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ଡଙ୍ଗରବୁଢା ବାବାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଘର ସଭାପତି ଅଶ୍ୱିନୀ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ମେହେର, ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ବରିଷ୍ଠ ସାମ୍ବାଦିକ ଗୁରୁଦୟାଲ ହଂସ, ଉପସଭାପତି ସୁଧାକର ଦାସ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ ଯୋଗ ଦେଇଥିଲେ । ଉପ ସଭାପତି ଅଶୋକ ନାରାୟଣ ଭୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ନୂତନ ସଦସ୍ୟ ସୁଶାନ୍ତ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାମ୍ବାଦିକଙ୍କ ସୁରକ୍ଷା,ସମ୍ମାନ ଏବଂ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା । ଆଗାମୀ ଦିନରେ ସଂଘର ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶ ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଅଞ୍ଚଳର ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ସଙ୍ଗଠନକୁ ସୁଦୃଢ କରିବା ସହ ପେଶାଦାର ସାମ୍ବାଦିକ ମାନଙ୍କୁ ସଂଘରେ ସାମିଲ ନେଇ ଆଲୋଚନା କରାଯାଇଥିଲା । ସଂଘର ସଦସ୍ୟଙ୍କୁ ରାଜ୍ୟ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟ ପତ୍ର ସଦସ୍ୟ ମାନଙ୍କୁ ପ୍ରଦାନ କରାଯାଇଥିଲା ।ଏହି ଅଞ୍ଚଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଅବହେଳିତ ଅବସ୍ଥାରେ ରହିଥିବା ପୁଞ୍ଜିପଥର ଡ଼ଙ୍ଗରବୁଢା ପୀଠର ସାମଗ୍ରିକ ବିକାଶ ସହ ପର୍ଯ୍ୟଟନସ୍ଥଳୀ ମାନ୍ୟତା ନେଇ ଦାବି ଉଠିଥିଲା । ଏଥିରେ ସଂଘର ଅନ୍ତର୍ଯ୍ୟାମୀ ସାହୁ, ଜୀବନାନନ୍ଦ ମହାନ୍ତି,ରାଧେଶ୍ୟାମ ମେହେର କୈଳାସ ସଗରିଆ, ତ୍ରିନାଥ ସାହୁ,ଅଜିତ ମିଶ୍ର,କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ସଭାପତି ବିମଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱେଚ୍ଛାସେବୀ ପ୍ରଭୁଲାଲ ବେହେରା, କୋଶଳୀ କବି ଭକ୍ତବନ୍ଧୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
