ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ

 ରାଜକନିକା:  ରାଜକନିକା ବ୍ଲକୟ କଣ୍ଟପଡା ବଜାର ଶ୍ରୀ ସତ୍ୟ ନାରାୟଣ ବଣିକ ସଂଘ ଆନୁକୂଲ୍ୟରେ ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଁ ମାଟି ଉଠା ଅନୁକୂଳ କାର୍ଯ୍ୟ ଶେଷ ହୋଇଛି  । ସୁନିଆଁ ବାମନ ଜନ୍ମ ପୂଣ୍ୟ ତିଥିରେ ବୈତରଣୀ ଓ ଖରସ୍ରୋତା ନଦୀ ସଂଲଗ୍ନ ଘାଟ ଠାରେ କୀର୍ତ୍ତନ ସହ ପୂଜାବିଧି ପୂର୍ବକ ମାଟିଉଠା ଅନୁକୂଳ ପର୍ବ ସମାପନ ହୋଇଥିଲା  । ବଣିକ ସଂଘର ସମସ୍ତ ସଭ୍ୟ ସଭ୍ୟା ଓ କର୍ମକର୍ତ୍ତାମାନଙ୍କ ସକ୍ରିୟ ଅଂଶଗ୍ରହଣରେ ଆସନ୍ତା ୨୭ରୁ ଷଷ୍ଠୀ ପୂଜା ଆରମ୍ଭ ହୋଇ ଅକ୍ଟୋବର ୨ରେ ଦଶହରା ଓ ୩ରେ ଭଷାଣୀ ସମାପନ ହେବ ବୋଲି ସଂଘର ସଭାପତି ଅଜୟ ଦାଶ, ସମ୍ପାଦକ ଜ୍ଞାନରଞ୍ଜନ ସାହୁ ଓ କୋଷାଧ୍ୟକ୍ଷ ଦୟାନିଧି ଦାଶ ସୂଚନା ଦେଇଛନ୍ତି  ।