୧୪ରେ ବ୍ୟାସ ପ୍ରିଣ୍ଟମିଡିଆର ସପ୍ତମ ବାର୍ଷିକ ଉତ୍ସବ

 ବ୍ୟାସନଗର:  ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ ଆସନ୍ତା ୧୪ତାରିଖ ରବିବାର ସ୍ଥାନୀୟ ନବ ନିର୍ମିତ ଟାଉନ ହଲ ପରିସରରେ ଦିବା୧୧ଘଟିକା ସମୟରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟାଳୟରେ ବରିଷ୍ଠ ଉପଦେଷ୍ଟା ହାରଧନ ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଜ୍ୟ ସମବାୟ, ହସ୍ତଶିଳ୍ପ, ବୟନଶିଳ୍ପ ମନ୍ତ୍ରୀ ଡ଼.ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ବିଶିଷ୍ଟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ, ମୁଖ୍ୟବକ୍ତା ଭାବେ ବଡଖବର ସମ୍ପାଦକ ଅଦେ୍ର୍ଦନ୍ଦୁ ଦାସ, ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ, ବ୍ୟାସନଗର ପୌରାଧ୍ୟାକ୍ଷ ସୁବାସ ବଳ ପ୍ରମୁଖ ଯୋଗ ଦେବେ । ବ୍ୟାସନଗର ସହର ତଥା,ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସାମ୍ବାଦିକ, ବୁଦ୍ଧିଜୀବୀ, ସାହିତି୍ୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ । ସଂଘ ସଭାପତି ଶରତ ପଥାଳ, ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ, ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ପବିତ୍ର ରଞ୍ଜନ ମହାନ୍ତି, ପ୍ରଦୁ୍ୟମ୍ନ ବୋଇତାଇ, ବିଜୟ କୁମାର ସାହୁ, ଯଜ୍ଞଦତ ତ୍ରିପାଠୀ, ଭରତ ରାଉତ, କୈଳାସ ରାଉତ, ଦେବେନ୍ଦ୍ର କୁମାର ନାୟକ, ଦୁଷ୍ମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ପାତ୍ର, ସୁଦୀପ ମିଶ୍ର, ଜ୍ଞାନରଞ୍ଜନ ରାଉତ, ବିଶ୍ୱରଂଜନ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଉକ୍ତ ଉତ୍ସବରେ ସମସ୍ତେ ଯୋଗ ଦେବାକୁ ନିବେଦନ କରିଥିଲେ ।