୧୪ରେ ମେଗା ରକ୍ତଦାନ ଶିବିର
ଗୋପ: ୨୦୧୯ ମସିହା ଫେବୃଆରୀ ୧୪ ଦିନଟି ପୁଲୱାମାରେ ଶହୀଦ ହୋଇଥିବା ଭାରତମାତାର ବୀର ସୁପୁତ୍ରମାନଙ୍କ ଉଦେ୍ଦଶ୍ୟରେ "କଳାଦିବସ’ ଭାବରେ ଦେଶରେ ସର୍ବବ୍ୟାପୀ ପାଳନ କରାଯାଏ । ତତସହିତ ଫେବୃଆରୀ ୧୪ ତାରିଖ କୁ ଯୁବସମାଜରେ ପ୍ରେମର ଦିବସ ରୂପେ ମଧ୍ୟ ପାଳୁଛନ୍ତି । ପୁଲୱାମାରେ ଭାରତୀୟ ସେନା ଶହୀଦ ହେଲାପରେ ଗୋପ ନିଗମାନନ୍ଦ ହାଇସ୍କୁଲ ର ୧୯୯୦ ମସିହା ର ମାଟ୍ରିକ ବ୍ୟାଚ ର ପୁରାତନ ଛାତ୍ରୀ ଛାତ୍ରୀ ଙ୍କ ଦ୍ୱାରା ଶହୀଦ ଙ୍କ ପାଇଁ ସ୍ମୃତି ଚାରଣ କରାଯାଇଥାଏ । ଏଥର ଏକ ମେଘା ରକ୍ତଦାନ ଶିବିର ଆୟୋଜନ କରୁଛନ୍ତି । ଯେଉଁଥିରେ ୨ ଶହ ୟୁନିଟ ରକ୍ତ ସଂଗ୍ରହ କରିବା ଲକ୍ଷରେ ଗୋପ ଅଞ୍ଚଳର ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖଙ୍କୁ ନେଇ ଗୋପ ନିଗମାନନ୍ଦ ହାଇସ୍କୁଲ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ପ୍ରଦାନଙ୍କ ଅଧକ୍ଷତାରେ ଏକ ପୂର୍ବପ୍ରୁସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିବସଟିକୁ ମନେପକାଇ ରାଷ୍ଟ୍ରବୋଧ ଜାଗ୍ରତ କରିବା ଏବଂ ରକ୍ତଦାନ ପରି ଏକ ପୁଣ୍ୟକାର୍ଯ୍ୟରେ କରି ଅନ୍ୟ ଜଣଙ୍କୁ ଜୀବନଦାନ ଦେବାରେ ସହାୟକ ହେବା ।