୧୪ ପୁଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ

୧୪ ପୁଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ

ଭୁବନେଶ୍ୱର : ଓଡ଼ିଶା ପୁଲିସଙ୍କୁ ପୁଣି ଏକ ସଫଳତା । ଓଡ଼ିଶାର ୧୪ ପୁଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ । କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ ମିଳିବ ଏହି ପଦକ । ଏନେ ଓଡ଼ିଶା ପୁଲିସ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ଜଣେଇଛି । ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଏସପି ଜି.ରେଡ୍ଡୀ ରାଘବେନ୍ଦ୍ର ଏବଂ ଏସଆଇ ଦୀପକ କୁମାର ନାଏକ, ମନୋଜ ଡୁଙ୍ଗଡୁଙ୍ଗଙ୍କୁ ମିଳିବ ଗୃହମନ୍ତ୍ରୀ ଦକ୍ଷତା ପଦକ ।

    ଅନ୍ୟମାନଙ୍କ ମଧ୍ୟରେ ହାବିଲଦାର ମୀନକେତନ ଜୁଏଦ, ରବିନ୍ଦ୍ର ଓରାମ । କମାଣ୍ଡୋର ଭରତ ସେନା, ପ୍ରଦିପ କୁମାର, ଧର୍ମେନ୍ଦ୍ର ଭୋଇ, ହିମଲ ଶ୍ରେଷ୍ଟା, ଗୋବିନ୍ଦ କର୍କି, ରିତେଶ କୁମାର ନେଗୀ, କମାଣ୍ଡୋର ଚିତ୍ତରଞ୍ଜନ ଝଙ୍କର, ତନୁଜା ଧରୁଆ, ଉଦ୍ଧବ ନାୟକଙ୍କୁ ମିଳିବ ଏହି ସମ୍ମାନ ।