୧୬ ପ୍ରହରୀ ନାମଯଜ୍ଞ ପୂର୍ଣ୍ଣାହୁତି
ନୂଆପଡା : ନୂଆପଡା ଜିଲ୍ଲା ପଡୋଶୀ ଜିଲ୍ଲାର ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ମହଖଣ୍ଡ ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ୭ତାରିଖ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ୮ ତାରିଖ ଓ ୯ ତାରିଖ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶନିବାର ପୂର୍ଣାହୁତି ହୋଇଥିଲା । କର୍ତ୍ତା ଭାବେ ଅଲେଖ ବାରିକ ଓ ତାଙ୍କ ସହ ଧର୍ମିଣୀ ସ୍ୱର୍ଣ୍ଣଲତା ବାରିକ, ପୂଜକ ଭାବେ ତ୍ରିନାଥ ମିଶ୍ର ଦାୟିତ୍ୱ ସମ୍ପାଦନ କରିଥିଲେ । ନାମଯଜ୍ଞରେ ୧୦ ଗୋଟି ସଂକୀର୍ତ୍ତନ ଦଳ ଯୋଗଡାନ କରିଥିଲେ । ନାମଯଜ୍ଞ କମିଟିର ସଭାପତି ମହେନ୍ଦ୍ର କୁମାର ବାରିକ, ଉପ ସଭାପତି ସୁନୀଲ ରାଉତ, ସଂପାଦକ ଦୁଖୀଶ୍ୟାମ ବାରିକ, ସହ ସମ୍ପାଦକ ଚିତ୍ତରଞ୍ଜନ ବାରିକ, କୋଷାଧ୍ୟକ୍ଷ ଲୋଚନ ପୁଟେଲ ସମେତ ଦୁଷ୍ମନ୍ତ ଧରୁଆ, ଟିକେ ରଞ୍ଜନ ବାରିକ, ରଞ୍ଜନ ଧରୁଆ, ତୁଳସାଗର ରାଉତ,ପୂର୍ଣଚନ୍ଦ୍ର ବାରିକ, ଉଗ୍ରସେନ ବାରିକ, ସପନେଶ୍ୱର ବାରିକ ସମେତ ମହଖଣ୍ଡ ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।