୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ୩୦ରୁ ଊଦ୍ଧ୍ୱର୍ ଆହତ
କାକଟପୁର : କାଜୁ ଜଙ୍ଗଲକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଭୟାନକ ସଂଘର୍ଷ ହେବାରୁ ୩୦ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଥିବା ବେଳେ ୭ଜଣ ଗୁରୁତ୍ରରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବାଲିଡିଆ ଗ୍ରାମରେ ୬୦ରୁ ଊଦ୍ଧ୍ୱର୍ ପରିବାର ଦେବୀ ନଦୀ ଅପରପାର୍ଶ୍ୱରେ ଥିବା ବାଲିବନ୍ତରେ ଦୀର୍ଘ ୨୦ବର୍ଷ ଆଗରୁ କାଜୁ ଜଙ୍ଗଲ ସୃଷ୍ଟି କରି ସେଠାରୁ କାଜୁ ତୋଳି ନିଜ ଜିଜର ଆର୍ଥିକ ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ମାତ୍ର ଶନିବାର ସକାଳୁ ଉକ୍ତ ପରିବାରର ସଦସ୍ୟମାନେ ଡ଼ଙ୍ଗାରେ ଯାଇ କାଜୁ ଜଙ୍ଗଲରେ କାଜୁ ମଞ୍ଜି ତୋଳୁଥିବା ସମୟରେ ଅପରପାର୍ଶ୍ୱରେ ସୁନେଇଡିଆ ଅଞ୍ଚଳର ହାରାହାରି ୫୦୦ ଶହ ଲୋକ ହାତରେ ଠେଙ୍ଗା, ବାଡ଼ି, ଭୁଜାଲି କଟୁରୀ କାଚ ବୋତଲ ଧରି ବାଲିଡିଆ ଗ୍ରାମ ଲୋକଙ୍କ ସହିତ ଝଗଡା କରିବା ସହିତ ସଙ୍ଘବଧ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୩୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣ ଖବର ପାଇବା ପରେ ବାଲିଡିହା ଗ୍ରାମବାସିମାନେ ଡଙ୍ଗା ନେଇ କିଛି ଆହତ ଲୋକମାନଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ସଂଘର୍ଷ ଖବର ପାଇ ନିମାପଡା ଡି ଏସ ପି ଜନାର୍ଦ୍ଦନ ପତି, ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆରସିଂଙ୍କ ଏକ ଟିମ ପୁଲିସ ଫୋର୍ସ ସହିତ ଅସ୍ତରଙ୍ଗ ଡାକ୍ତର ଖାନା ଏବଂ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି ।