କେରଳରେ ନାବାଳକକୁ ନିର୍ଯାତନା ଅଭିଯୋଗ

 ରାଜନଗର: ରାଜନଗର ବ୍ଲକ ସାତଭାୟା ପଞ୍ଚାୟତ ବଗପାଟିଆ ଗ୍ରାମର ଦୀନବନ୍ଧୁ ବାଇନଙ୍କ ପତ୍ନୀ କୈ÷ାଶଲ୍ୟା ବାଇନ ତାଙ୍କ ପୁଅ ନିତ୍ୟାନନ୍ଦ ବାଇନକୁ କେରଳରେ ଅଟକ ରଖି ନିର୍ଯ୍ୟାତନା ଦିଆଯାଉଥିବା ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ରାଜନଗର ପୋଲିସ ସାତଭାୟା(କାହ୍ନୁପୁର)ର ବିଶ୍ୱରଂଜନ ସାହାଣୀଙ୍କୁ ଥାନାକୁ ଡକାଇଥିଲେ । କୈ÷ାଶଲ୍ୟା ଓ ବିଶ୍ୱରଂଜନଙ୍କ ମଧ୍ୟରେ ଟଙ୍କା ଦେଣନେଣକୁ ନେଇ ବିଶୃଙ୍ଖଳା ଘଟିଥିବାରୁ କୈ÷ାଶଲ୍ୟା ଥାନାରେ ଅଭିଯୋଗ କରିଥିଲେ । ଏଥିସହ ତାଙ୍କର ନାବାଳକ ପୁତ୍ରକୁ କେରଳରେ ଅଟକ ରଖିଥିବା ନେଇ ଅଭିଯୋଗ କରିଥିଲେ । ଉଭୟ ପକ୍ଷଙ୍କ ସହମତିରେ ନିଷ୍ପତି ହେଲା ଯେ, ଚଳିତ ମାସ ୩୦ତାରିଖ ପୂର୍ବରୁ ନିତ୍ୟାନନ୍ଦକୁ କେରଳରୁ ଆଣି ଥାନାରେ ହାଜର କରିବା ସହ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତରେ ଉକ୍ତ ଘଟଣାର ଆପୋଷ ସମାଧାନ କରାଯିବ । ବିଶ୍ୱରଂଜନଙ୍କ କହିବାନୁଯାୟୀ, ନିତ୍ୟାନନ୍ଦକୁ ଅଟକ ରଖାଯାଇନାହିଁ , ତା ସହିତ ଫୋନରେ କଥା ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ଥାନାରେ ଉଭୟ ପକ୍ଷ ଚୁକ୍ତିନାମା ଲେଖିଛନ୍ତି ।