୨ ହତ୍ୟା ଅଭିଯୁକ୍ତ କୋର୍ଟଚାଲାଣ

୨ ହତ୍ୟା ଅଭିଯୁକ୍ତ କୋର୍ଟଚାଲାଣ

ବାଲିଚନ୍ଦ୍ରପୁର : ଡ଼କାୟତି କରିବାକୁ ଆସି ବୃଦ୍ଧାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗରେ ବାଲିଚନ୍ଦ୍ରପୁର ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ମଙ୍ଗଳୁ ଦାସ ଓ ବିକାଶ ଦାସ ହୋଇଥିବା ବେଳେ ପୁଲିସ ହତ୍ୟା ଘଟଣାର ସିନ ରିକ୍ରିଏସନ କରିବା ସହ ଭିଡ଼ିଓ ଚିତ୍ର ଉତୋଳନ କରିଛି । ଖବର ଥାଉକି ଶୁକ୍ରବାର ବିଳମ୍ବିତ ରାତିରେ ଅଭିଯୁକ୍ତ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିପଡିଆ ପଂଚାୟତର ଟିଗିରିଆ ଗ୍ରାମର କୌଶଲ୍ୟା ଦାସଙ୍କ ଘରେ ଡକାୟତି ଉଦ୍ୟମ କରୁଥିବା ବେଳେ ବିରୋଧର ସମ୍ମୁଖିନ ହୋଇଥିଲେ । କୌଶଲ୍ୟା ଏବଂ ତାଙ୍କ ଝିଅ ଶୈାଚ ହେବାକୁ ବାହାରକୁ ଯାଇ ଫେରିବା ବେଳେ ଡ଼କାୟତଙ୍କୁ ଦେଖି ପାଟିକରିଥିଲେ । ମାତ୍ର ଡ଼କାୟତ ଧରାପଡ଼ିଯିବା ଭୟରେ ଆକ୍ରମଣ କରିଥିଲେ । ଆକ୍ରମଣରେ କୈାଶଲ୍ୟା ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କ ଝିଅ ଆହତ ହୋଇଥିଲେ । କୈାଶଲ୍ୟାଙ୍କୁ ମେଡ଼ିକାଲ ନେବା ବାଟରେ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୁଲିସ ୯୬/୨୦୨୫ ନଂରେ ଏକ ମାମଲା ରୁଜୁ କରି ଆରକ୍ଷୀ ନିରକ୍ଷକ ସମରଜିତ ନାୟକ ଘଟଣାରେ ସଂପୃକ୍ତ ଚାରି ଜଣକୁ ଅଟକ ରଖିଥିଲେ । ଆଜି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ଚାଲାଣ କରିଛି ।