ସତୀଶଙ୍କ ପଥପ୍ରାନ୍ତ ସଭା ବିଜେଡ଼ି-ବିଜେପିକୁ ଟାର୍ଗେଟ

ଯାଜପୁର: ଧର୍ମଶାଳାର ସ୍ୱାଧୀନ ପ୍ରାର୍ଥୀ ସତୀଶ ବିଶ୍ୱାଳ ବିଭିନ୍ନ ପଞ୍ଚାୟତରେ ପଥପ୍ରାନ୍ତ ସଭା ମାନ କରି ନିଜ ସପକ୍ଷରେ ଭୋଟ ମାଗିବା ସହ ବିଜେଡି ଏବଂ ବିଜେପି ଅଦୃଶ୍ୟ ମେଣ୍ଟରେ ଚାଲିଥିବା ଶାସନ ଦୁର୍ନୀତି ସଂପର୍କରେ ଅବଗତ କରୁଛନ୍ତି । ସତୀଶ ନାମାଙ୍କନପତ୍ର ଦାଖଲ କରିବା ପରେ ଇତିମଧ୍ୟରେ ଧର୍ମଶାଳାର କବାଟବନ୍ଧ, ସିଙ୍ଗାପୁର, ଅରାବଳ, ଯାବରା ପ୍ରଭୃତି ପଞ୍ଚାୟତରେ ପଥପ୍ରାନ୍ତ ସଭା ଗୁଡିକରେ ପଥପ୍ରାନ୍ତ ସଭା କରି ଭୋଟରଙ୍କୁ ଭୋଟ ନିବେଦନ କରିଛନ୍ତି । ଆଉ ପ୍ରଚାର ବେଳେ ବିଜେପି-ବିଜେଡ଼ି ସରକାର ସମସ୍ତସୀମା ଉଲଂଘନ କରିଛନ୍ତି ବୋଲି ଆରୋପ କରିଛନ୍ତି । ସତୀଶ କହୁଛନ୍ତି ଖଣି,ପାଣି, ଜମି, ଦେବସ୍ୱ, ରାଜସ୍ୱ, ବ୍ରହ୍ମସ୍ୱ ସବୁକିଛି ଲୁଟିନେଲେ । ଶେଷକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବି ଛାଡିଲେ ନାହିଁ । ଧର୍ମଶାଳା ଓ ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ସତୀଶ କହିଛନ୍ତି ଯେ, ଆମ ଜୀବନ ହେଉଛି ଜଗନ୍ନାଥମୟ । ଆମ ଶ୍ରୀଜଗନ୍ନାଥ ରାଜାଧିରାଜ । ତାଙ୍କର ଦାଣ୍ଡବଡଦାଣ୍ଡ, ଭୋଗ ହେଉଛି ମହାପ୍ରସାଦ । ତାଙ୍କର ସମୁଦ୍ର କୂଳର ନାମ ମହୋଦଧି । ସବୁ ମହାନତା ତଥା ବଡର ଅଧିକାରୀ ଆମଠାକୁର ଷାଠିଏ ପଉଠି ଖାଇଥାନ୍ତି । ରତ୍ନଭଣ୍ଡାର ଓଡିଆ ଜାତିର ଜୀବନ ଧନ । ରତ୍ନଭଣ୍ଡାର ଚାବିକାଠି ପାଉ ନଥିବା ସରକାର ଓ ବିଜୁଜନତା ଦଳକୁ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କୁ ଟ୍ରକଡାଲାରେ ବସାଇ ଦାଣ୍ଡର ଭିକାରୀକରି ଚାଉଳ ମାଗିବାକୁ  ପଛଇଲେ ନାହିଁ । ଏମାନେ ମହାପ୍ରଭୁଙ୍କ ଅମୃତମଣୋହୀ ଜମିକୁ ଗୋଟିଏକମ୍ପାନୀ ହାତକୁ ବେଆଇନ ଭାବେ ଟେକି ଦେବାର ଦଃୁସାହସ କଲେ । ଯାହାକୁ ସୁପ୍ରୀମ କୋର୍ଟ ମଧ୍ୟ ଭସôନା କରିଛି । କରୋନା ସମୟରେ ରଥଯାତ୍ରା ବନ୍ଧ କରିବାର ଷଡଯନ୍ତ୍ରକୁ ସୁପ୍ରିମକୋର୍ଟ ଜରିଆରେ ମହାପ୍ରଭୂ ୨୪ ଘଣ୍ଟାରେ ବିଫଳ କଲେ । ଆମେ ସମସ୍ତେ ଅଷ୍ଟପ୍ରହରୀ କୁଞ୍ଜରେ ଖୁବଜୋରରେ କୀର୍ତ୍ତନ କରୁଛେ । ହେଲେ ମହାପ୍ରଭୂ ଶ୍ରୀକୃଷ୍ଣ ଗିରିଗୋବର୍ଦ୍ଧନ ପାହାଡଟେକି ଧରି ଆମକୁ ପାହାଡ ପୂଜା କରିବାକୁ ଶିଖାଇଥିଲେ । ଆମଜୀବନ ପାଇଁ ପାହାଡର ସେତିକି ଆବଶ୍ୟକତା ରହିଛି ବୋଲି ଆମକୁ ପ୍ରଭୂ ପାହାଡ ପୂଜା କରିବାକୁ ଶିଖାଇଥିଲେ । ହେଲେ ଧର୍ମଶାଳାରେ ନେତା ଆମ ପାହାଡ ଗୁଡିକୁ ବି ଖାଇ ସଫା କରିଦେଲେ । ଆମେ ଆମର ପ୍ରଭୂରୂପକ ପାହାଡକୁ ସୁରକ୍ଷା ଦେଇ ପାରିଲେ ନାହିଁ । ଆମ ପାହାଡକୁ ବାହାର ଅଂଚଳର ମାଫିଆ ମାନେ ଲୁଟକରୁଥିବା ବେଳେ ଆମ ଅଂଚଳର କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଶ୍ରମିକ ମାନେ ହତାସ ହୋଇ ପଡିଛନ୍ତି । ଗରୀବଙ୍କ ଚିଟଫଣ୍ଡ ଟଙ୍କାଠାରୁ ଅନେକ ଠାକୁରଙ୍କ ସମ୍ପତି ଧର୍ମଶାଳାର ନେତା ଲୁଟିଛନ୍ତି । ଦେଶ ସ୍ୱାଧୀନ ହେବାପରେଏଭଳି ଭ୍ରଷ୍ଟାଚାର କୌଣସି ସରକାରରେ ହୋଇନାହିଁ । ଏସମସ୍ତ ପ୍ରକାର ଭ୍ରଷ୍ଟାଚାରରେ କେନ୍ଦ୍ରସରକାର ତଥା ବିଜେପି ସାଲିସ ଥାଇକେବଳ ମିଛିମିଛିକା ବିରୋଧ କରିଚାଲିଛି । ଏଥିପାଇଁ ମହାପ୍ରଭୂଶ୍ରୀଜଗନ୍ନାଥ କେମିତି ଏମାନଙ୍କୁ ସହୁଛନ୍ତି ବୋଲି ଲୋକେ ଏବେ ଚିନ୍ତାରେ ପଡି ଯାଇଛନ୍ତି ବୋଲି ସତୀଶ ମତ ପ୍ରକାଶ କରିଛନ୍ତି ।