+୩ ପରୀକ୍ଷା: ସଂସ୍କୃତି ବିଜେବି କଲେଜ ଅର୍ଥଶାସ୍ତ୍ର ଟପର୍
ଭୁବନେଶ୍ୱର : ଚଳିତ ବର୍ଷ ବିଜେବି ସ୍ୱୟଂଶାସିତ କଲେଜରେ +୩ ପରୀକ୍ଷାରେ ଅର୍ଥଶାସ୍ତ୍ର ଅନର୍ସରେ ସୁଶ୍ରୀ ସଂସ୍କୃତି ମହାପାତ୍ର ଟପ୍ପର ହୋଇଛନ୍ତି । ସୁଶ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ତେଣ୍ଡାକୁଡ଼ା ପଞ୍ଚାୟତ ବସନ୍ତପୁର ନିବାସୀ ଭକ୍ତିକାନ୍ତ ମହାପାତ୍ର ଓ ଦୀପ୍ତି ମହାନ୍ତିଙ୍କ ଝିଅ ହୋଇଥିବା ବେଳେ ଓଲିଉଡ ଅଭିନେତା ଓ ରାଜ୍ୟ ସ୍ଥାୟୀ କର୍ମଚାରୀ ନେତା ମୁକ୍ତିକାନ୍ତ ମହାପାତ୍ରଙ୍କ ଝିଆରୀ ବୋଲି ଜଣାପଡ଼ିଛି । ସୁଶ୍ରୀ ଏ ସଫଳତାର ଶ୍ରେୟ ନିଜ ଗୁରୁଜନଙ୍କ ସମେତ ସହପାଟଠୀଙ୍କୁ ପ୍ରଦାନ କରିଛନ୍ତି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପାଇଁ ବର୍ତ୍ତମାନେ ସେ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଉଛି ।