୪ ଗୋରୁ ଚୋର ଗିରଫ, ୨ ମାମଲା ରୁଜୁ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରହଣିଆ ଗ୍ରାମରୁ ଗୋରୁ ଚୋରି କରି ଦୋବଲ ନେଇ ଯାଉଥିବା ବେଳେ ୪ ଗୋରୁ ଚୋର ଗିରଫ ହୋଇଥିବା ଜଣାଯାଇଛି । ରବିବାର ଦିନ୧୧ଟା ବେଳେ ରହଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ରାସ୍ତାରେ ଗୋରୁଙ୍କୁ ଚଲାଇ ଚଲାଇ ନେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶ୍ରୀରାମ ସେନା ଯୁବକମାନେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ପାଟ୍ରୋଲିଂ ପୁଲିସ ସେଠାରେ ପହଞ୍ଚô କ୍ରୟ କିମ୍ବା ଗୋ ପରିବହନ ସଙ୍କ୍ରାନ୍ତୀୟ କୌଣସି କାଗଜ ଦେଖାଇ ନପାରିବାରୁ ୨ ଗୋରୁ ଚୋରଙ୍କୁ ପୁଲିସ ଅଟକ ରଖିଥିଲା । ସେମାନଙ୍କ ଠାରୁ ୪ ଗୋରୁଙ୍କୁ ଜବତ କରି ଗୋଶାଳାକୁ ପୁଲିସ ପଠାଇଛି । ସବଇନିସପେକ୍ଟର ଇଭାରାଣୀ ପରିଡାଙ୍କ ଅଭିଯୋଗ କ୍ରମେ ଥାନାରେ ୪୮୦/୨୪ନଂ ମାମଲା ଋଜୁ କରାଯାଇଛି । ଅଭିଯୁକ୍ତ ଧାମନଗର ଥାନା ମୁସ୍ତାଫାପୁର ଗ୍ରାମର ପିତା ଓ ପୁତ୍ର ଶେଖ ମୁଜାଫର ହୋସେନ ଓ ମହେଶ୍ୱର ହୋସସେନଙ୍କୁ ଗିରଫ କରାଯାଇଛି । ସହକାରୀ ସବଇନିସପେକ୍ଟର ସୁଦର୍ଶନ ସେନ ମାମଲାର ତଦନ୍ତ ଚଳାଇଛନ୍ତି । ସେହିପରି ଅପରାହ୍ନ ୧.୩୦ମି ସମୟରେ ସେହି ସ୍ଥାନରୁ ଶ୍ରୀରାମସେନା ଯୁବକଙ୍କ ଦ୍ୱାରା ଅଟକ ହୋଇଥିବା ୨ ଚୋରା ଗୋରୁ ବେପାରୀଙ୍କୁ ପାଟ୍ରୋଲିଂ ପୁଲିସ ଅଟକ ରଖିଥିଲା । ବୈଧ କାଗଜପତ୍ର ନଥିବାରୁ ସେମାନଙ୍କ ଠାରୁ ୪ ଗୋରୁ ଜବତ କରାଯାଇ ଗୋଶାଳାକୁ ପଠାଯାଇଛି । ସବଇନିସପେକ୍ଟର ଶ୍ରୀମତୀ ପରିଡାଙ୍କ ଅଭିଯୋଗ କ୍ରମେ ଥାନାରେ ୪୮୧/୨୪ନଂ ମାମଲା ଋଜୁ କରାଯାଇଛି । ଅଭିଯୁକ୍ତ ଶେଖ ରମଜାନ ଓ ଶେଖ ସମିରୁଦ୍ଦିନଙ୍କୁ ପୁଲିସ ଗିରଫ କରିଛି । ସହକାରୀ ସବଇନିସପେକ୍ଟର ଉଦୟଭାନୁ ପାତ୍ର ମାମଲାର ତଦନ୍ତ ଚଳାଇଛନ୍ତି  ।