ଓଲଟିଲା କାର, ୬ ଆହତ, ୪ଗୁରୁତର
ଚମ୍ପୁଆ: ଚମ୍ପୁଆ ନିକଟବର୍ତ୍ତି ମହେଶ୍ୱରପୁରଠାରେ ସଂନ୍ଧ୍ୟା ପ୍ରାୟ ୫ ଘଟିକା ସମୟରେ ଏକ କାର ଦୁର୍ଘଟଣାରେ ୬ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ମାନଙ୍କୁ ତୁରନ୍ତ ଚମ୍ପୁଆ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରାଯାଇଛି । ସୂଚନାରୁ ଜଣାପଡିଛି ଯେ, ଉକ୍ତ କାର ଆରୋହୀ ୬ଜଣ ସେମାନେ ସାଙ୍ଗ ଓ ସମସ୍ତେ ଚମ୍ପୁଆ ଓ ଶୀରପୁର ଆଦି ଗ୍ରାମର ବୋଲି ଜଣାପଡିଛି । ସେମାନେ ସମସ୍ତେ ମିଶି ଚମ୍ପୁଆରୁ ବାହାରି ରିମୁଳି ଅଭିମୁଖେ ଯାଉଥିଲେ । ମହେଶ୍ୱରପୁର ନିକଟରେ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି । ଆହତ ମାନଙ୍କ ମଧ୍ୟରେ ସୁଭମ ନାଏକ, ଦିପକ ଦାସ, ସୁଜିତ ସର୍ଦ୍ଧାର, ଯଶୋବନ୍ତ ମହାନ୍ତ, ବିକାଶ ମହାକୁଡ, ଚିନ୍ମୟ ତିରିଆ ବୋଲି ଜଣାପଡିଛି । ସେମାନଙ୍କୁ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଗୁରୁତର ଆହତ ମାନଙ୍କ ମଧ୍ୟରେ ସୁଭମ ନାଏକ, ଦିପକ ଦାସ, ଯଶୋବନ୍ତ ମହାନ୍ତ ଓ ବିକାଶ ମହାକୁଡ ବୋଲି ଜଣାପଡିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଚମ୍ପୁଆ ପୁଲିସ ଖବର ପାଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।