୪ ମାସରେ ଜିଲ୍ଲାରୁ ୮୨କୋଟିର ଟିକସ
କଟକ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୪ମାସ ମଧ୍ୟରେ ୮୨କୋଟି ୨୩ଲକ୍ଷ ୨୨ହଜାର ୧୯୦ଟଙ୍କାର ପରିବହନ ଟିକସ ଆଦାୟ କରାଯାଇଛି । ସରକାର ଏହି ଜିଲ୍ଲାରୁ ଜୁଲାଇ ଶେଷ ସୁଦ୍ଧା ୭୯କୋଟି ୫ଲକ୍ଷ ଟଙ୍କାର ଟିକସ ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଆଦାାୟ ପରିମାଣ ୧୦୩.୭ ପ୍ରତିଶତରେ ପହଞ୍ଚିଛି । ତେବେ ଅଭିବୃଦ୍ଧି ହାର ୩.୭ ଅଧିକ ପ୍ରତିଶତରେ ପହଞ୍ଚିଥିବାର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ସରକାର କଟକ ଜିଲ୍ଲାରୁ ବର୍ଷ ଶେଷ ସୁଦ୍ଧା ୨୫୩କୋଟି ୫୦ଲକ୍ଷ ଟଙ୍କାର ଟିକସ ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏନଫୋର୍ସମେଣ୍ଟ, ଡିଏଲ, ଫିଟନେସକୁ କଡ଼ାକଡ଼ି କରାଯାଇ ଏହି ପରିମାଣର ଟିକସ ଆଦାୟ କରାଯାଇପାରିବ ବୋଲି ପରିବହନ ଅଧିକାରୀ କହିଛନ୍ତି ।