୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ଗିରଫ
ଭଦ୍ରକ : ବ୍ରାଉନ ସୁଗାର ଚାଲାଣ ବେଳେ ଗ୍ରାମାଞ୍ଚଳ ପୁଲିସ ଧରିବାରେ ସଫଳତା ପାଇଛି । ୪୧ ଗ୍ରାମରୁ ଅଧିକ ବ୍ରାଉନ ସୂଗାର ଧରିଛି । ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ବାଇକ ଚେକିଂ କରୁଥିବା ବେଳେ ଜନୈକ ଯୁବକଙ୍କୁ ସନେ୍ଦହ ଜନକ ଭାବେ ଅଟକାଇଥିଲେ । ପରେ ଚେକିଙ୍ଗ କରିବାରୁ ଯୁବକଙ୍କ ନିକଟ ରୁ ୪୧ ଗ୍ରାମରୁ ଅଧିକ ପରିମାଣର ବ୍ରାଉନ ସୁଗାର୍ ମିଳିଥିଲା । ଯୁବକ ଜଣକ ବାରାଳ ପୋଖରିରୁ ବ୍ରାଉନ ସୂଗାର୍ ନେଇ ଆଗରପଡ଼ା ଥାନା ଅଧୀନ ଅଞ୍ଚଳକୁ ଯାଉଥିବା ବେଳେ ଝାଟିଆ ନିକଟରେ ପୁଲିସ ଅଟକାଇଥିଲେ । ଗିରଫ ଯୁବକ ହେଉଛନ୍ତି ଆଗରପଡ଼ା ଥାନା ଅଧୀନ କୁଆଂସମଢ଼ିଆ ଗ୍ରାମର ଶିବ ସୁନ୍ଦର୍ ଦାସ ବୋଲି ଭଦ୍ରକ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି । ଏହି ଘଟଣାରେ ବାଇକ ମୋବାଇଲ୍ ଜବତ କରିବା ସହ କେଉଁ ଠାରୁ ବ୍ରାଉନ ସୁଗାର ଆଣୁଥିଲେ ସେହି ଚେନ୍କୁ ନେଇ ଯାଞ୍ଚ ଆରମ୍ଭ କରିଛି ପୁଲିସ ।