୫୦ଗୋ-ମାତା ଉଦ୍ଧାର; ବେପାରୀ ଅଟକ
ସୁକିନ୍ଦା : ସୋମବାର ବିଳମ୍ବିତ ରାତିରେ ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ରାସ୍ତାରୁ ୫୦ରୁ ଅଧିକ ଗୋ-ମାତା ଉଦ୍ଧାର ହୋଇଥିବା ବେଳେ ବେପାରୀକୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି । ଖବର ମତେ ଗତକାଲି ରାତିରେ ୫୦ରୁ ଅଧିକ ଗୋ-ମାତାକୁ ଚଲାଇ ଚଲାଇ ନିଆଯାଉଥିବା ବେଳେ ଏଖବର ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳକୁ ମିଳିଥିଲା । କାର୍ଯ୍ୟକର୍ତ୍ତା ରାସ୍ତାରେ ପହଁଚି ଗୋ-ମାତା ଉଦ୍ଧାର କରିବା ସହ ଜଣେ ଚୋରା ଗୋରୁ ବେପାରୀକୁ ଧରି ଥାନାରେ ଜିମା ଦେଇଥିଲେ । ସୂଚନା ମୁତାବକ କିଛି ଚୋରା ଗୋରୁ ବେପାରୀ ହରିପୁର ଓ ମହୁଲପାଳ ଅଞ୍ଚଳରୁ ଚୋରା ଗୋ ଚାଲାଣ କରୁଥିବା ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସୂଚନା ପାଇରାତି ୨ଘଟିକା ସମୟରେ ସଂସାଇଲୋ ରାସ୍ତାରେ ଜଗି ରହିଥିଲେ । ଘଟଣାର ତଦନ୍ତ ସୁକିନ୍ଦା ପୁଲିସ କରୁଛି । ଉଦ୍ଧାର ଗୋ-ମାତା ଚଲାଇ ଚଲାଇ କେନ୍ଦୁଝର ଜିଲା ହରିଚନ୍ଦନପୁରକୁ ନିଆଯାଉଥିବା ଆଉ ସେଠାରୁ ଟ୍ରକ ଯୋଗେ ଚାଲାଣ କରାଯାଇଥାନ୍ତା ବୋଲି କୁହାଯାଉଛି । ସୁକିନ୍ଦା ବ୍ଲକ ହରିପୁର ହାଟରୁ ଶହଶହ ସଂଖ୍ୟାର ଗୋରୁ ବଡ଼ବଡ଼ ଟ୍ରକରେ ଚାଲାଣ କରାଯାଉଥିଲା । କିନ୍ତୁ ବଜରଙ୍ଗ କର୍ମୀ ବାରମ୍ବାର ଗୋରୁ ବୋଝେଇ ଟ୍ରକ ଜବତ କରିବା ପରେ ବେପାରୀ ନୂଆ ତରିକାରେ ଗୋ ଚାଲାଣ କରିବାର ଫର୍ମୁଲା ଆପଣାଇଥିବାର ବଜରଙ୍ଗ କର୍ମୀ ଅଭିଯୋଗ ଆଣିଛନ୍ତି ।