୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଭୁବନେଶ୍ୱର: ଆସନ୍ତା ଜୁଲାଇ ୭ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗତ ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ସେମାନେ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । ଜୁନ୍ ୩୦ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀ ସେମାନଙ୍କ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ଆବେଦନ ପତ୍ର ସହ ନିର୍ଦ୍ଧାରିତ ୟୁନିଟ୍-୨, ଅଶୋକନଗର, ଭୁବନେଶ୍ୱରସ୍ଥିତ ପୂର୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେ ଜନଶୁଣାଣି ପାଇଁ ଉପସ୍ଥିତ ରହିବେ । ଏସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।