୮ ଜିଲ୍ଲାରେ ଦିନକ ପାଇଁ ଛୁଟି ଘୋଷଣା
ଭୁବନେଶ୍ୱର : ଆଉ କିଛି ଦିନ ପରେ ସରିବ ଧର୍ମ ମାସ ବା କାର୍ତ୍ତିକ ମାସ । ନଭେମ୍ବର ୩ ତାରିଖ ହେଉଛି କାର୍ତ୍ତିକ ମାସର ଶେଷ ସୋମବାର । ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ରାଜ୍ୟର ୮ ଜିଲ୍ଲାରେ ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି । ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଳକାନାଗିରି ଜିଲ୍ଲା ମାନଙ୍କୁ ଛୁଟି ଘୋଷଣା କରାଯାଇଛି ।