ଡିଶ୍ଚାର୍ଜ ହେଲେ ଶ୍ରେୟସ ଆୟର
ନୂଆଦିଲ୍ଲୀ : କ୍ରିକେଟ ମଇଦାନକୁ ଫେରିବେ ଭାରତୀୟ ବ୍ୟାଟସ୍ ମ୍ୟାନ ଶ୍ରେୟସ ଆୟର । ସେ କିଛି ଦିନ ପରେ ଭାରତ ଆସିବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନିକଟରେ ଶେଷ ହୋଇଥିବା ଏକଦିବସୀୟ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ବେଳେ ଏଲେକ୍ସ କ୍ୟାରୀଙ୍କ କ୍ୟାଚ୍ ନେବାକୁ ଯାଇ ଶ୍ରେୟସ ଆହତ ହୋଇଥିଲେ। ତାଙ୍କ ପଞ୍ଜରାରେ ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କରଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଆଇସିୟୁରେ ଥିଲେ। ନିକଟରେ ସେ ଆଇସିୟୁରୁ ଜେନେରାଲ ୱାର୍ଡକୁ ସିଫ୍ଟ ହୋଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଡିଶ୍ଚାର୍ଜ କରିଦେଇଛନ୍ତି।
ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ହସ୍ପିଟାଲରୁ ଡଜିଶ୍ଚାର୍ଜ ହେବା ପରେ ସେ ଏବେ କିଛି ଦିନ ସିଡନୀରେ ରହିବେ। ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ପରେ ଡାକ୍ତରଙ୍କ ପରାମର୍ଶ ପରେ ଭାରତ ଫେରିବେ।