ୱାରେଣ୍ଟି କୋର୍ଟଚାଲାଣ

 ପାଣିକୋଇଲି: ପାଣିକୋଇଲି ପୁଲିସ ତିନୋଟି ପୃଥକ ପୃଥକ ମାମଲାରେ ୩ ଜଣ ୱାରେଂଟିକୁ ଗିରଫ କରି  କୋର୍ଟଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ୱାରେଂଟି ପାଣିକୋଇଲି ଥାନା ଅନ୍ତର୍ଗତ ପଥପପଦା ପଞ୍ଚାୟତ ତାଜପୁର ଆଦିବାସୀ ସାହିର ରଙ୍ଗାଧର ମୁଣ୍ଡାଙ୍କ ପୁଅ ଲକ୍ଷ୍ମଣ, ଜହ୍ନା ପଞ୍ଚାୟତର ଛୋଟରାୟପୁର ଗ୍ରାମର ବାଇଧର ଦାସଙ୍କ  ପୁଅ ଲକ୍ଷ୍ମୀଧର ଓ ସୋଲପଟା ଗ୍ରାମର କାର୍ତିକ ମଳିକଙ୍କ ପୁଅ ଅଜିତ ହୋଇଥିବା ପୁଲିସ କହିଛି ।