ଦେବେନ୍ଦ୍ର ଶର୍ମାଙ୍କୁ ଶ୍ରଦ୍ଧାଞ୍ଜଳି
ରାଜକନିକା : ଆଜି ରାଜକନିକା ବ୍ଲକ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ରାଜବାଟି ମେଲଣ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସର ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ କଂଗ୍ରେସର ବହୁ ନେତୃମଣ୍ଡଳୀ ଯୋଗଦେଇ ସ୍ୱର୍ଗତ ଶର୍ମାଙ୍କ ସ୍ମୃତିଚାରଣ କରିଥିଲେ । ଏହି ସ୍ମୃତିସଭାରେ କଂଗ୍ରେସ ନେତା ବାବୁରାମ ଜେନା, ଦୁର୍ଯେ୍ୟାଧନ ମହାନ୍ତି, ଅଜୟ ଦାସ, ସତ୍ୟବ୍ରତ ପରିଡା, ମୁରଲୀଧର ନାୟକ, ଶରତ ରାଉତ, ବିଦ୍ୟାଧର ବରଜ, ପ୍ରମୋଦ ବାରିକ, ମୁରଲୀଧର ବେହେରା, ପ୍ରମିଳା ସାହୁ, ଧନୁର୍ଜୟ ଦାସ, ଅମିତ ନାୟକ, ଗୋକୁଳ ପାଣି, ଦୁଷ୍ମନ୍ତ ବେହେରା, ରଙ୍ଗଳାଲ ମଲ୍ଲିକ, ପ୍ରମୋଦ ପତି, ଉମେଶ ପରିଡା, ନିରୋଦ ଜେନା, ଶରଣ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇ ନିଜ ଜନପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।