ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ସମ୍ବର୍ଦ୍ଧନା 

 ବରୀ : ଯାଜପୁର ମୁଖ୍ୟଚିକିସôାଧିକାରୀଙ୍କ ସଭାଗୃହରେ କାୟାକଳ୍ପ ୨୦୨୪-୨୫ ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହେଇଯାଇଛି  । ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏହାର ଅଧିନରେ ୫ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨୦ ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଥିବାରୁ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ସବ୍ୟସାଚୀ ଦାସ ଓ ବିପିଓ ପବିତ୍ର ଗୌରବ ଦାସଙ୍କୁ କାୟାକଳ୍ପ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ  । ଏଥିପାଇଁ ବରୀର ବିଭିନ୍ନ ଅନୁଷ୍ଠାନ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।