ପୁଣି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀରେ ସିବିଆଇ ଚଢ଼ାଉ

CBI INQUIRY

ପୁଣି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ପୁଣି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀରେ ସିବିଆଇ ଚଢ଼ାଉ । ଟେଣ୍ଡର ଫିକ୍ସିଂ ମାମଲାରେ ଖୋଳତାଡ଼ କରୁଛି ସିବିଆଇ । ରାମ ମନ୍ଦିର କମ୍ପାନୀରେ ଚାଲିଛି ପଚରାଉଚରା । କମ୍ପାନୀର କର୍ମଚାରୀଙ୍କୁ ପଚରାଉଚରା କରୁଛି ସିବିଆଇ । ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇର ତନାଘନା କରିଥିବା ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ ଷ୍ଟେଟମେଣ୍ଟ ପାଇଁ ଚଢ଼ାଉ ହୋଇଛି । 

ପୂର୍ବରୁ ମିଡିଲ୍‌ ମ୍ୟାନ୍‌ ତଥା ‘ଆଦିତ୍ୟଦେବ ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ କନ୍‌ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା । ବର୍ତ୍ତମାନ ସିବିଆଇ ଅଫିସରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜିଜିଏମ୍‌ ଚଞ୍ଚଲ ମୁଖାର୍ଜୀଙ୍କ ଓକିଲ ପହଞ୍ଚିଥିବା ଜଣାପଡ଼ିଛି । ଏଥିସହ ସିବିଆଇ ଅଫିସରେ ଜଣେ ମହିଳା ହାଜର ହୋଇଥିବା ମଧ୍ୟ କୁହାଯାଉଛି । ଥାନାର ହାଜର ମହିଳା ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡର କର୍ମଚାରୀ । ସିବିଆଇ ମହିଳା କର୍ମଚାରୀଙ୍କୁ ପଚରାଉଚରା ପରେ ଛାଡ଼ିଦେଇଛି ପୋଲିସ । ଆର୍କିଟେକ୍ ସନ୍ତୋଷ ମହାରାଣାଙ୍କ ୨ ପରିବାର ସଦସ୍ୟ ବି ସିବିଆଇ ଅଫିସ୍‌ରେ ହାଜର ହୋଇଥିବା ଜଣାପଡ଼ିଛି । ଶନିବାର ୩ ଡ୍ରାଇଭରଙ୍କୁ ଶ୍ରୀ ସେଠୀଙ୍କ ବିଷୟରେ ସିବିଆଇ ଅଧିକାରୀମାନେ ପଚରାଉଚରା କରିଥିବା ଜଣାପଡ଼ିଛି ।