ଲୁଟେରା ଗିରଫ ; ବାଇକ ଜବତ
ଭୁବନେଶ୍ୱର, ୧୩ା୪ : ବରମୁଣ୍ଡା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ଅଭିଯୋଗକାରୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା । ଏନେଇ ଥାନାରେ ଅଭିଯୋଗ ପରେ ଲୁଟେରାକୁ ଗିରଫ କଲା ଖଣ୍ଡଗିରି ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ଯାଜପୁର ଜିଲ୍ଲାର ମିଛେଇ ଦିଲିପ୍ । ତାଠାରୁ ଏକ ମୋବାଇଲ ଓ ଏକ ବାଇକ ଜବତ କରାଯାଇଛି ।ପରେ ଥାନା କେସ ନମ୍ବର ୨୭୭ରେ ମାମଲା ରୁଜୁକରାଯାଇ ଦଫା ୩୯୨ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୮ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ଖିରୋଧ କୁମାର ଜେନା ଘରକୁ ଯିବାପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ଫୋନରେ କଥା ହେଉଥିଲେ । ଏହି ସମୟରେ ଜଣେ ଲୁଟେରା ବାଇକରେ ଆସି ହଠାତ ତାଙ୍କଠାରୁ ମୋବାଇଲ ଝାମ୍ପିନେଇ ଫେରାର ହୋଇଯାଇଥିଲା । ଏନେଇ ଅଭିଯୋଗକାରୀ ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିଛି ।