ମା’ଦୁର୍ଗାଙ୍କ ମୂର୍ତ୍ତି ପାଇଁ ମାଟି ଅନୁକୂଳ
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା :ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବ୍ରହ୍ମବରଦା ଦୁର୍ଗାପୂଜା କମିଟି ପକ୍ଷରୁ ଯଥାବିଧି ଅନୁଯାୟୀ ମାଟି ଅନୁକୂଳ କରାଯାଇଛି । ଏହି ପରିପ୍ରେକ୍ଷୀରେ ମା'ଙ୍କ ଭକ୍ତ ଓ ଶ୍ରଦ୍ଧାଳୁ ଶଙ୍ଖ, ଘଣ୍ଟ, ହୁଳହୁଳି ଓ ବାଜା ବଜାଇଶୋଭାଯାତ୍ରାରେ ଗ୍ରାମର ଗ୍ରାମଦେବତୀ ମା ଶିଦ୍ଧଚଣ୍ଡିଙ୍କ ପିଠରେ ପହଁଚିିଥିଲେ । ଆଧ୍ୟାତ୍ମିକ ପରିବେଶରେ ଦୂର୍ଗା ପୂଜା କମିଟିର ମୁଖ୍ୟ କର୍ତ୍ତା ବିପିନ ବିହାରୀ ଦେଓ, ଉପକର୍ତ୍ତା ସଂଗ୍ରାମ କେସରୀ ରାଉତ, ପୂଜକ ଧ୍ରୁବଚରଣ ଅଧିକାରୀଙ୍କ ପୌରହିତ୍ୟରେ ମା’ଙ୍କ ପିଠରେ ପୂଜାର୍ଚ୍ଚନା କରାଯାଇ ମନ୍ଦିର ପରିସରରୁ ମାଟି ଉଠାଇ ଦୁର୍ଗା ମଣ୍ଡପକୁ ଅଣାଯାଇଥିଲା । ଏହି ଅବସରରେ ବ୍ରହ୍ମବରଦା ଦୁର୍ଗାପୂଜା କମିଟିର ବରିଷ୍ଠ ସଭ୍ୟ ନିମାଇଁ ଚରଣ ଦାସ, ରାକେଶ ଦେଓ, ସୁକାନ୍ତ ବେହେରା, ଅମୁଲ୍ୟ ରାଉତ, ପଞ୍ଚାନନ ରାଉତ, ରାଜେଶ କୁମାର ଦେଓ, ପ୍ରତାପ କେଶରୀ ଦେଓ, ଅରୁଣ ବେହେରା, ଚିନ୍ତାମଣୀ ରାଉତ, ଅଲେଖ ରାଉତ, ସତ୍ୟାନନ୍ଦ ରାଉତ, ଅରୂପ କୁମାର ଦେଓ, ଲଛମନ ମହାରଣା, ଚିତରଞ୍ଜନ ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।