ଆରଟିଆଇରେ ତଥ୍ୟ ମାଗିବାରୁ ମହିଳାଙ୍କୁ ଆକ୍ରମଣ
।ା ପ୍ରଭାନୁ୍ୟଜ ।ା ଦଶରଥପୁର:ସୂଚନା ଅଧିକାର ଆଇନ ବଳରେ ପଞ୍ଚାୟତ ଦୁର୍ନୀତି ସମ୍ପର୍କରେ ତଥ୍ୟ ମାଗିବାରୁ ଜନୈକା ମହିଳାଙ୍କ ସମେତ ତାଙ୍କ ପରିବାର ଉପରେଆକ୍ରମଣ ୋଇଛି । ଏଭଳି ଅଭାବନୀୟ ଘଟଣା ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତରେ ଘଟିଛି । ରାହାସୋଇ ଗ୍ରାମର ଅଶୋକ କୁମାର ପତି ଓ ତାଙ୍କ ପନôୀ ଲତିକା ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ନେଇ ସୂଚନା ଅଧିକାର ଆଇନ ବଳରେ କିଛି ତଥ୍ୟ ମାଗିଥିଲେ । ପଞ୍ଚାୟତ ଦୁର୍ନୀତିର କାଳେ ପର୍ଦାଫାଶ ହେଇଯିବ ଭାବି ଦୁର୍ନୀତିରେ ଲିପ୍ତ କିଛି ଖଳ ପ୍ରକୁତି ହଠାତ ଅଶୋକଙ୍କ ଘରେ ପହଁଚି କାହିଁକି ତଥ୍ୟ ମାଗିଲୁ ବୋଲି ପଚାରିବା ସହ ଘରୁ ଘୋଷାଡ଼ି ପିଟିବାକୁ ଲାଗିଥିଲେ । ସ୍ୱାମୀଙ୍କୁ ମାଡ଼ ହବାର ଦୃଶ୍ୟ ସ୍ତ୍ରୀ ଲତିକା ନିଜ ମୋବାଇଲରେ ଭିଡ଼ିଓ କରୁଥିବା ସମୟରେ ଆକ୍ରମଣକାରୀ ଏହାକୁ ଦେଖି ତାଙ୍କୁ ଘୋଷାଡ଼ି ମାରିବା ସହ ମୋବାଇଲ ଛଡାଇ ଭାଙ୍ଗି ଦେଇଥିଲେ । ପରେ ଲତିକାଙ୍କୁ ନିସ୍ତୁକ ମାଡ଼ ସହ ଲୁଗା ପଟା ଚିରି ଅସଦାଚରଣ କରିଥିଲେ । ସେହି ସମୟ ଅଶୋକଙ୍କ ଦାଣ୍ଡ ଥିବା ୨ଗୋଟି ବାଇକକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଘଟଣା ପରେ ଲତିକା ଆକ୍ରମଣକାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ କରୁଛି ।