ବୃଦ୍ଧଙ୍କୁ ଚାପିଦେଲା କାର୍
ବରଗଡ଼ ଜିଲା ପାଇକମାଳ ଥାନା ଡୁଙ୍ଗୁରି ପାଳି ନିକଟରେ ରବିବାର ପୂର୍ବାହ୍ନରେ ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ଡୁଙ୍ଗୁରିପାଲିର ନାଥ ଅଜଗର।(୭୫)। ଗାଡ଼ିଚାଳକ ଜଣକ ପାଇକମାଳ ବ୍ଲକ ମାଣ୍ଡୋସିଲ ଗ୍ରାମର ଦୁଷ୍ମନ୍ତ କୁମାର ସାହୁ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପାଇକମାଳ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରୁଛି। ଗ୍ରାମବାସୀ ବିଭିନ୍ନ ଦାବି ନେଇ ରାସ୍ତାରୋକୋ କରିଛନ୍ତ। ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ନ ଦେଲେ ରାସ୍ତାରୁ ହଟିବୁ ନାହିଁ ବୋଲି ଜିଦ୍ କରିଛନ୍ତି।