ଓଡ଼ିଶାରେ ଅମିତ ଶାହ

ଭୁବନେଶ୍ୱର: ବିଜେପି ଫୋକସରେ ଏବେ ରହିଛି ଓଡ଼ିଶା । ସେଥିପାଇଁ କେନ୍ଦ୍ରୀୟ ବେଜେପି ନେତୃବୃନ୍ଦ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନମନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ନେତୃବୃନ୍ଦ ସ୍ୱାଗତ କରିଥିଲେ । ପରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋରଡ଼ା ଅଭିମୁଖେ ଯାଇଛନ୍ତି । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଉଦବୋଧନ ଦେବେ ।
ସେଠାରେ ସେ ଦଳୀୟ ନିର୍ବାଚନୀ କାର୍ୟ୍ୟକ୍ରମରେ ଯୋଗଦେବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଅପରାହ୍ନ ୩ଟା ୩୦ ମିନିଟରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ଯୋଗଦେବେ। ସେଠାରୁ ଫେରି ସନ୍ଧ୍ୟା ୬ଟାରେ କଟକରେ ଏକ ବିଶାଳ ରୋଡ ଶୋ’ରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି। ଏଥିପାଇଁ କଟକ ବାଲିଯାତ୍ରା ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ୍ ସହ ଶାହଙ୍କ ରୋଡ୍ ଶୋ’ ହେବାକୁ ଥିବା ରାସ୍ତାରେ ପୋଲିସ ପକ୍ଷରୁ ରିହରର୍ସଲ କରାଯାଇଛି।