ବିହାର ବିଧାନସଭା ନିର୍ବାଚନ : ଏକୁଟିଆ ଲଢ଼ିବ ଆପ୍

ବିହାର ବିଧାନସଭା ନିର୍ବାଚନ : ଏକୁଟିଆ ଲଢ଼ିବ ଆପ୍

ଇଣ୍ଡିମେଣ୍ଟର ଅନ୍ୟତମ ସହଯୋଗୀ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିହାର ବିଧାନସଭା ନିର୍ବାଚନରେ ଏକୁଟିଆ ଲଢ଼ିବ ବୋଲି ସ୍ପଷ୍ଟ କରିଛି । ଆପ୍‌ର ଆବାହକ ସୌରଭ ଭରଦ୍ବାଜ ବୁଧବାର ପାଟନା ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ଏକୁଟିଆ ଲଢ଼ିବ ବୋଲି କହିଛନ୍ତି  ।  ସମସ୍ତ ୨୪୩ ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିବା ସହ କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଭରଦ୍ବାଜ କହିଛନ୍ତି, ତାଙ୍କ ଦଳର ପ୍ରଭାରୀ ରାକେଶ ଯାଦବ ଇତିମଧ୍ୟରେ ୭ ପର୍ଯ୍ୟାୟ ଯାତ୍ରାର ଶୁଭାରମ୍ଭ କରିସାରିଛନ୍ତି  । ଏହାକୁ ବିହାର ଜନତାଙ୍କ ବିପୁଳ ସମର୍ଥନ ମିଳୁଛି  ।