ଏହି ମାଛ ରଖିଲେ ଘରେ ହେବ ଧନବର୍ଷା

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ମାଛର ଆକ୍ୱାରିୟମ୍ ରଖିବା ଶୁଭ ବୋଲି ଆପଣ ନିଶ୍ଚୟ ଜାଣିଥିବେ । ଅଧିକାଂଶ ଲୋକମାନେ ଆକ୍ୱାରିୟମରେ ରଙ୍ଗୀନ ମାଛ, ଖାସ କରି ଗୋଲ୍ଡ ଫିସ୍ ରଖିଥାନ୍ତି । ହେଲେ ବାସ୍ତୁ ଅନୁଯାୟୀ କେଉଁ ମାଛ ଆକ୍ୱାରିୟମରେ ରଖିବା ଉଚିତ୍ ତାହା ହୁଏତ କେହି ଜାଣି ନାହାଁନ୍ତି । ଏହି ମାଛ ରଖିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ସକାରାତ୍ମକ ପ୍ରଭାବ ପଡିବା ସହ ଅନେକ ସମୟରେ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ । ତେଣୁ ଘରେ ଆକ୍ୱାରିଅମ ରଖିବା ପୂର୍ବରୁ ଜାଣି ରଖିବା ଉଚିତ୍ ଯେ କେଉଁ ମାଛ ଗୃହ ପରିବାର ପାଇଁ ଶୁଭ ଓ କେଉଁଟି ଅଶୁଭ ?
ଯଦି ଆପଣ ଘରେ ମାଛ ଆକ୍ୱାରିୟମ୍ ଅଛି, ତେବେ ସେଥିରେ ୯ଟି ମାଛ ରଖନ୍ତୁ । ଏଥିମଧ୍ୟରୁ ଗୋଟିଏ କଳା ମାଛ ଏବଂ ଅନ୍ୟ ୮ ଟି ଗୋଲ୍ଡ ଫିସ୍ ରହିବା ଉଚିତ୍ । ଆରୋନା ମାଛକୁ ଘରେ ରଖିବା ମଧ୍ୟ ଶୁଭ ବୋଲି କୁହାଯାଏ । ଆରୋନା ମାଛ ସୁଖ, ସମୃଦ୍ଧି, ଧନ ଏବଂ ଉତ୍ତମ ସ୍ୱାସ୍ଥ୍ୟର ପ୍ରତୀକ ବୋଲି ମାନ୍ୟତା ରହିଛି । ଘରେ ଏହି ମାଛ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ସକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ପ୍ରାୟତଃ ଅନେକ ଲୋକ ଘରେ ଆକ୍ୱାରିୟମ୍ ରଖିବାକୁ ଚାହାଁନ୍ତି ନାହିଁ, ଏପରି ପରିସ୍ଥିତିରେ ଆପଣ ଆରୋନା ମାଛର ପ୍ରତିମୂର୍ତ୍ତି ଆଣି ମଧ୍ୟ ରଖି ପାରିବେ । ଘରର ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ଆରୋନା ମାଛ ପ୍ରତିମୂର୍ତ୍ତିକୁ ରଖିବା ଲାଭଦାୟକ । ଏହା ମଧ୍ୟ ଘରେ ସୁଖ ସମୃଦ୍ଧି ସହ ଧନ ବୃଦ୍ଧି କରିଥାଏ । ବିଶେଷ କଥା ହେଉଛି ଯଦି ଆପଣଙ୍କୁ ପାଟିରେ ମୁଦ୍ରା ଥିବା ଆରୋନା ମାଛର ପ୍ରତିମୂର୍ତ୍ତି ମିଳୁଛି ତେବେ ତୁରନ୍ତ କିଣି ଆଣନ୍ତୁ । କାରଣ ଏହାଦ୍ୱାରା ଖୁବ୍ ଶୁଭ ଫଳ ପ୍ରାପ୍ତ ହେବ ।