ନିର୍ବାଚନ ନେଇ ପୁଲିସର ଫ୍ଲାଗ୍ମାର୍ଚ୍ଚ
ବୁଗୁଡା: ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ତଥା ଚଳିତ ମାସ ୨୦ ତାରିଖରେ ଆସ୍କା ଲୋକସଭା ଓ ପୋଲସରା ବିଧାନସଭା ର୍ନିବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ । ନିର୍ବାଚନକୁ ଅବାଧ, ନିରପେକ୍ଷତାର ସହ ପରି·ଳନା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲକ୍ଷ୍ୟରେ ବୁଗୁଡା ପୁଲିସ ପକ୍ଷରୁ ବୁଧବାର ସନ୍ଧ୍ୟାରେସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା । ପୁଲିସ ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ଫ୍ଲାଗ୍ ମାର୍ଚ୍ଚରେ ଏସ୍ଆଇ ବବିତା ପ୍ରଧାନ ଓ ସୁମନ୍ତ ବେହେରାଙ୍କ ସମେତ ସ୍ଥାନୀୟ ପୁଲିସ୍ ଓ ଦୁଇ ପ୍ଲାଟୁନ୍ ସିଆଇଏସ୍ଏଫ୍ ସାମିଲ୍ ଥିଲେ ।