ବିଜେପି ମଣ୍ଡଳସ୍ତରୀୟ ବୈଠକ

 ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ପବିତ୍ର ତୀର୍ଥପୀଠ ପାତାଳ ଗଙ୍ଗା ଠାରେ ଭାରତୀୟ ଜନତା ପାର୍ଟିର ଦୁଇଟି କ୍ଷେତ୍ର ସ୍ୱପ୍ନେଶ୍ୱର ମଣ୍ଡଳ ଓ ପାତାଳ ଗଙ୍ଗା ମଣ୍ଡଳର ଉଭୟ ସଭାପତି ରାଜ କିଶୋର ହେର୍ଣା ଏବଂ ନୀଳାମ୍ବର ମେହେରଙ୍କ ତତ୍ତ୍ୱାବଧାନରେ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ଅତିନ୍ଦ୍ର ଜିତ ସିଂ ମଲ୍ଲିକ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅଜିତ କୁମାର ଚଲାନ, ଅନୁସୂଚିତ ଜାତି ଜିଲ୍ଲା ମୋର୍ଚ୍ଚା ଉପ ସଭାପତି ବେଣୁଧର ଜଗତ, ପୂର୍ବତନ ମଣ୍ଡଳ ସଭାପତି କିଶୋର କୁମାର ନାଗ ପ୍ରମୁଖ ମଞ୍ଚାସୀନ ଥିଲେ । ଉଭୟ ସଭାପତି ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଞ୍ଚାସୀନ ସମସ୍ତ ଅତିଥି ଦଳକୁ ଆହୁରି କେମିତି ମଜବୁତ୍ କରିହେବ ତାହାରି ଉପରେ ଗୁରୁତ୍ୱ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ହିତକର ପ୍ରତ୍ୟେକ କାର୍ଯ୍ୟ ଉଦାହରଣ ସ୍ୱରୂପ - ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ପାଇଖାନା ନିର୍ମାଣ, ରୋଷେଇ ପାଇଁ ଉଜ୍ୱଳା ଗ୍ୟାସ୍ ସୁବିଧା, ପ୍ରଧାନମନ୍ତ୍ରୀ ରାସ୍ତା, ଚାଷୀକୁ ଧାନର ପ୍ରକୃତ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ, ପ୍ରତ୍ୟେକ ଘରକୁ ଜଳ ଯୋଗାଣ ଓ ବିଜୁଳି ବ୍ୟବସ୍ଥା, ସୁଭଦ୍ରା ଯୋଜନାରେ ନାରୀ ସଶକ୍ତିକରଣ, ଭତ୍ତା ବୃଦ୍ଧି ଭଳି ଅନେକ ଯୋଜନାରେ ଲୋକ ଲାଭ ପାଉଛନ୍ତି । ତେଣୁ ଏହି ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରିବାକୁ ଆଲୋଚନା କରାଯାଇଥିଲା । ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଦଳୀୟ କାର୍ଯ୍ୟକର୍ତ୍ତା ଯେମିତି ସବୁଠି ବିଜୟ ଲାଭ କରିବେ ତାହାରି ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା । ଆଜିର ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଯତିରାଜ ଦଣ୍ଡସେନା, ଇଲିୟାସ ମହମ୍ମଦ, ଆନନ୍ଦ ଅଗ୍ରୱାଲ, ପୁରନ୍ଦର ବାଗ, ଗଜିନ ଅଦା, ମୁନୁ ବାଗ, ଲୋଚନ ସୁନାନି, ହରିଶ୍ଚନ୍ଦ୍ର ଧରୁଆଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ଶେଷରେ ବେଣୁଧର ଜଗତ ଧନ୍ୟବାଦ୍ ଅର୍ପଣ କରିଥିଲେ ।