୧୪ମାସ ପରେ ଲୁଟେରା ଗିରଫ  

 ବାଣପୁର : ବାଣପୁର  ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସ୍ୱର୍ଣ୍ଣ କାରିଗର ଠାରୁ ସୁନା ଓ ଟଙ୍କା ଲୁଟ୍ ଘଟଣାର ଅନ୍ୟତମ ଅଭିଯୁକ୍ତ ଇମଦିଆତ ଖାଁକୁ ପୁଲିସ ଗିରଫ କରିଛି । ଗତ ବର୍ଷ ଫେବୃଆରୀ ମାସ ୨୮ତାରିଖ ରାତିରେ ବାଣପୁର ବଜାରରେ ଦୋକାନ କରିଥିବା ସୁନା କାରିଗର ଦିଲ୍ଲୀପ କୁମାର ପାଳ ଦୋକାନ ବନ୍ଦ କରି ଏକ ବ୍ୟାଗରେ ଦେଢ଼ଶହ ଗ୍ରାମର ସୁନା ଓ ନଗଦ ୬୦ହଜାର ଟଙ୍କା ଧରି ରଘୁନାଥ ସାହିରେ ଥିବା ନିଜ ଘରକୁ ଯାଇ ଘରେ ପଶୁଥିବା ବେଳେ, କେତେକ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଦିଲ୍ଲୀପ ଓ ତାଙ୍କ ସ୍ତ୍ରୀଙ୍କୁ ଘର ଭିତରେ ବନ୍ଧକ ରଖି ସୁନା ଓ ଟଙ୍କା ବ୍ୟାଗ ଶ ସ୍ତ୍ରୀଙ୍କ ଠାରୁ ଅଳଙ୍କାର ଲୁଟ କର ଘର ପଛ ପାଚେରୀ ଡେଇଁ ଫେରାର ହୋଇ ଯାଇଥିଲେ । ଲୁଟେରାଙ୍କୁ ଚିହ୍ନଟ କରି ମୁସଲିମ ସାହିର ସେକ୍ ହମିଦଙ୍କ ପୁଅ ସେକ୍ ଅଜିତ ଓ ସୁନା ଅଳଂକାର କିଣିଥିବା ଶିଶିର ପଣ୍ଡାଙ୍କ ପୁଅ ଅମିତ ପଣ୍ଡାଙ୍କୁ ଗିରଫ କରି ଲୁଟ୍ ସୁନା ଜବତ କରିଥିଲା । ପୋଲିସ ତଦନ୍ତ କରି ଭୁବନେଶ୍ୱରରୁ ଫିରଦୋଷକୁ ଗିରଫ କରିଛି । ଅନ୍ୟତମ ଅଭଯୁକ୍ତ କଲିମକୁ ମଧ୍ୟ ଗିରଫ କରିଛି ।