ମଦ ଜବତ, ୨ ଗିରଫ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଶ୍ରୀରାମପୁର ଓ ମାଳିପୁର ଗ୍ରାମରେ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କଠାରୁ ୯ ଲିଟର ଦେଶି ଓ ବିଦେଶୀ ମଦକୁମଧ୍ୟ ଜବତ କରିଛି । ଗିରଫ ହୋଇଥିବା ମାଳିପୁର ଗ୍ରାମର ପ୍ରଶାନ୍ତ ମଳିକ ଓ ଶ୍ରୀରାମପୁର ଗ୍ରାମର କହ୍ନେଇ ସେଠୀକୁ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଓଆଇସି ଶ୍ରୀ ନାୟକ, ଟୁକୁନା ପ୍ରଧାନ, ବବିତା ନାୟକ ରାମକୃଷ୍ଣ ଦାସ ଏହି ଦୁଇ ଗ୍ରାମରେ ଚଢ଼ଉ କରିବା ସମୟରେ ଦାମରପୁର ଗ୍ରାମରୁ ୪ ଲିଟରରୁ ବିଦେଶୀ ମଦ ଜବତ କରିବା ସହିତ ମାଳିପୁର ଗ୍ରାମରୁ ୪ ଲିଟର ଦେଶିମଦ ଜବତ କରିଥିଲେ ।