ରୋଗୀଙ୍କୁ ମିଳୁନି ବେଡ଼ସିଟ,   ଠିକା ସଂସ୍ଥା ମାଲାମାଲ

 ଆସିକା : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନରେ ଦେଖିବାକୁ ମିଳୁଛି ଅଜବ ନୀତି  । ମେଡିକାଲ ବେଡ଼ରେ ରୋଗୀଙ୍କୁ ମିଳୁନି ନିୟମିତ ସାପ୍ତାହିକ ରଙ୍ଗର ବେଡ଼ସିଟ, ଠିକା ସଂସ୍ଥା ମାଲାମାଲ ବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନୀରବତାକୁ ନେଇ ସନେ୍ଦହ  । ରୋଗୀଙ୍କୁ ଉତ୍ତମ ଚିକିସôା, ସୁସ୍ଥ ପରିବେଶ, ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ସରକାର ଚେଷ୍ଟିତଥିବା ବେଳେ ଖାସ କେତେ ଜଣ କର୍ମଚାରୀ ପାଇଁ ପୁରା ସ୍ୱାସ୍ଥ୍ୟ ବିଭାଗ ଅପଦସ୍ତ ହେବାକୁ ପଡିଛି  । ଜିଲ୍ଲାରେ ପାଖା ପାଖି ୩୦ ରୁ ୩୩ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ୦୪ ଗୋଟି ଉପଖଣ୍ଡ ଚିକିସôାଳୟ ଓ ଗୋଟିଏ ଜିଲ୍ଲା ସଦର ମହକୁମା ଚିକିସôାଳୟ ରହିଛି  । ଉକ୍ତ ମେଡିକାଲରେ ବିଭିନ୍ନ ପ୍ରକାର ରୋଗୀ ସମେତ ପ୍ରସବକାରୀ ମା ଆସି ରହିଥାନ୍ତି  । ବିଭିନ୍ନ ସଂକ୍ରମିତ ଓ ଅଣ ସଂକ୍ରମିତ ରୋଗୀ ମାନେ ମେଡିକାଲରେ ରହି ଚିକିସôାର ସୁବିଧା ପାଉଛନ୍ତି  ।  ଅସ୍ତ୍ର ଉପଚାର ପରେ ଡିସଚାର୍ଜ ନହେବା ପର୍ଯ୍ୟନ୍ତ ମେଡିକାଲରେ ରହନ୍ତି  । ମେଡିକାଲ ସଫା ସୁତରା, ବେଡ଼ରେ ସପ୍ତାହର ବାର ଅନୁଯାଇ ବେଡ଼ସିଟ ପ୍ରଦାନ କରିବା, ମାଗଣା ଖାଦ୍ୟ, ମାଗଣା ପାଥୋଲୋଜି ସେବା ପ୍ରଦାନ କରିବା ବ୍ୟବସ୍ଥାକୁ ସରକାର ସୁନିଶ୍ଚିତ କରିଛନ୍ତି  ।
 ସେହିଭଳି ନିର୍ମଳ ଯୋଜନା ଅଧୀନରେ ଲିଲେନ ମେକନାଇଜ ଲାଣ୍ଡ୍ରି ପୋଗ୍ରାମ ସର୍ଭିଶେଷ ଅଧୀନରେ ଜିଲ୍ଲା ବାହାରର ଠିକା ସଂସ୍ଥା ମେଡିକାଲରେ ରହୁଥିବା ପ୍ରତ୍ୟେକ ରୋଗୀ ମାନଙ୍କ ପାଇଁ ସଫା ବେଡ଼ସିଟ ପ୍ରଦାନ ପାଇଁ ଚୁକ୍ତି କରିଛି  । ସାପ୍ତାହିକ ବାର ଅନୁସାରେ ବିଭିନ୍ନ ରଙ୍ଗର ଗୋଟିଏ ବେଡ଼କୁ ଦୁଇ ଗୋଟି ବେଡ଼ସିଟ ହିସାବରେ ପ୍ରଦାନ କରିବା ନିୟମ ରହିଛି  । ନିର୍ମଳ ଯୋଜନା ଅଧୀନରେ ଚାଲିଥିବା ଏହି ଲାଣ୍ଡ୍ରି କାର୍ଯ୍ୟକ୍ରମର ଘରୋଇ ସଂସ୍ଥା ସପ୍ତାହକୁ ଥରେ ମେଡିକାଲକୁ ଆସି ଓଜନ ହିସାବରେ ନେଇଥାଏ  । ପୁଣି ସଫା କରି ଆଣି ମେଡିକାଲରେ ଦେଲେ, ସଫା ବେଡ଼ସିଡ ରୋଗୀ ମାନଙ୍କ ବେଡ଼ରେ ବ୍ୟବହାରରେ ଲାଗେ  । ଏହି ଠିକା ସଂସ୍ଥାକୁ ଓଜନ ହିସାବରେ ବିଲ ପୈଠ ହୋଇଥାଏ  । କିନ୍ତୁ ଆଶ୍ଚଯ୍ୟର କଥା ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା, ବୁଗୁଡ଼ା, ଶେରଗଡ଼, ଧରାକୋଟ, ସୋରଡ଼ା, ବଡ଼ଗଡ଼,ଗାଲେରି, ଆସ୍କା ଭଳି ଜିଲ୍ଲାର ଅନେକ ହସ୍ପିଟାଲର ବେଡ଼ରେ ରୋଗୀ ମାନଙ୍କୁ ବେଡ଼ ସିଟ ନଦେଇ କାଗଜ କଲମରେ ଠିକା ସଂସ୍ଥା ସହ ମିଶି ସରକାରଙ୍କ ଟଙ୍କାକୁ ଠକୁଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି  । ଏହି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଏବଂ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକଙ୍କୁ ପଚାରିବାରୁ ଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ କହିଥିଲେ  । ମେଡିକାଲକୁ ପରିଦର୍ଶନ ଆସୁଥିବା କାୟା କଳ୍ପ କିମ୍ଭା ଇନକ୍ୱାସ ଟିମ ଆସିବା ଦିନ ସବୁ ଡରିମରି ସମସ୍ତ କାମ ସୁନ୍ଦର ହୋଇ ଥାଏ  । କିନ୍ତୁ ଅନ୍ୟ ଦିନ ଏହା ଦେଖିବାକୁ ମିଳିନଥାଏ  । ସିଡିଏମଓ ଓ ଡିପିଏମ ନିର୍ମଳ ଯୋଜନାକୁ ସଠିକ କାର୍ଯ୍ୟକ୍ରମ କରିବା ଦିଗରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବୀ ହେଉଛି  ।