ପରକୀୟା ପ୍ରୀତିରେ ଗୁଳିକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

 ଆଠମଲ୍ଲିକ : ଆଠମଲ୍ଲିକ ଥାନା ଅନ୍ତର୍ଗତ କମଳପୁର ଗ୍ରାମରେ ପରକ୍ରିୟା ପ୍ରୀତିକୁ ନେଇ ଗୁଳିକାଣ୍ଡ ଘଟାଇ ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏଥିସହିତ ବ୍ୟବହୃତ ହୋଇଥିବା ବନ୍ଧୁକ ମଧ୍ୟ ଜବତ ହୋଇଥିବା ଆଇଆଇସି ପ୍ରକାଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି । ଗୁଳିକାଣ୍ଡରେ ପୀଡିତ ଯୁବକ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଡାକ୍ତରଖାନାରେ ପ୍ରାଥମିକ ଚିକିସôା ହେବାପରେ, ବର୍ତ୍ତମାନ ଅନଗୁଳ ଜିଲ୍ଲା ଚିକିସôା ଳୟରେ ଚିକିସôା ହେଉଥିବା ଜଣାଯାଇଛି । ପୁଲିସ ସୂଚନା ଅନୁଯାୟୀ କମଳ ପୁର ଗ୍ରାମର ବିବାହିତ ଯୁବକ ଖିରୋଦ ନାଏକ ସେହି ଗ୍ରାମର ସୁରଭି ନାଏକଙ୍କ ସ୍ତ୍ରୀ ସହିତ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଗଢିଉଠିଥିଲା ।ସୁରଭି ଏବଂ ଖିରୋଦ ଉଭୟଙ୍କ ମଧ୍ୟରେ ଏନେଇ ଅନେକଥର ପାଟିତୁଣ୍ଡ ତଥା ଗଣ୍ଡଗୋଳ ହୋଇ ଆସୁଥିଲା । କିଛିଦିନ ହେଲା ଏହି ଗୁପ୍ତ ପ୍ରେମ ସମ୍ପର୍କକୁ ନେଇ ସୁରଭିଙ୍କ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେବାରୁ , ସୁରଭିଙ୍କ ସ୍ତ୍ରୀ ଘର ଛାଡି କୁଆଡେ ପଳାଇ ଯାଇଛି । ଏନେଇ ଖିରୋଦ ଏବଂ ସୁରଭିଙ୍କ ମଧ୍ୟରେ ଖୁବ ଜୋରରେ ପାଟି ତୁଣ୍ଡ ହୋଇଥିଲା । ଖିରୋଦ ଉତକ୍ଷିପ୍ତ ହୋଇ ଘରେ ରଖିଥିବା ଦେଶି ବନ୍ଧୁକ ଆଣି ସୁରଭିକୁ ଗୁଳି କରିଥିଲା ।