ଗୋରୁ ବୋଝେଇ କଣ୍ଟେନର ଜବତ, ୬୦ ଗୋରୁ ଉଦ୍ଧାର

 ବାହାନଗା : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ୧୬ନଂ ଜାତୀୟ ରାଜପଥ ବେଗୁନିଆ ନିକଟରେ ଗୋରୁ ଭର୍ତିଥିବା ଏକ କଣ୍ଟେନରକୁ ଗୋସୁରକ୍ଷା ବାହିନୀ ସନେ୍ଦହ କରି ଅଟକାଇଥିଲେ । ଖନ୍ତାପଡା ଥାନାକୁ ଘଟଣା ସଂପର୍କରେ ଖବର ଦିଆଯାଇଥିଲା । ଖନ୍ତାପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବାରୁ କଣ୍ଟେନରରେ ଗୋବୋଝେଇ ହୋଇ ଥିବାର ଦେଖିବାକୁ ପାଇଥିଲା । ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପଥଚାରୀ, ସମାଜସେବୀ, ଗୋ ସୁରକ୍ଷା ବାହିନୀ, ଶ୍ରୀକୃଷ୍ଣ ବଲ୍ଲଭ ୱେଲଫେର ଫାଉଣ୍ଡେସନ କର୍ମୀ, ମା ଭାରତୀ ଗୋଶାଳାର ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ ଏବଂ ବହୁ ସାମାଜିକ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଗୋରୁ ଚାଲାଣକୁ ପ୍ରତିବାଦ କରିଥିଲେ । ଏଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ଶେଷରେ ପୁଲିସ ନିରୁପାୟ ହୋଇ ଗୋରୁ ଭର୍ତିଥିବା ଏକ କଣ୍ଟେନରକୁ ଖନ୍ତାପଡା ଥାନା ଅଭିମୁଖେ ନେଇଥିଲେ । ତେବେ ଖବର ଲେଖା ହେବା ବେଳକୁ ୬୦ ରୁ ଉର୍ଦ୍ଧ ଗୋରୁ ଉଦ୍ଧାର କରାଯାଇଅଛି,କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ପ୍ରତ୍ୟେକ ଦିନ ଏହି ୧୬ନମ୍ବର ଜାତୀୟ ରାଜପଥ ଥାନା ଆଗ ଦେଇ ବହୁ ଟ୍ରକ୍ ଭର୍ତ୍ତି ଗୋରୁ କଲିକତାକୁ ଚାଲାଣ କରାଯାଉଛି  । କିନ୍ତୁ ଖଣ୍ଟପଡା ପୁଲିସ ପ୍ରତେକ ଦିନ  ରାସ୍ତା ଉପରେ ଛିଡା ହୋଇ ଟ୍ରକ୍ ମାନକ ଠାରୁ ମୋଟା ଅଙ୍କର ବଟି ଆଣି ଏହି ଗୋମାତା କୁ ଛାଡି ଦେଉଛନ୍ତି  । ଏଥିପ୍ରତି ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି  ।