ବାଟବଣା ଯୋଜନା : ନର୍ଦ୍ଦମା ପାଣି ଘେରରେ ସାରା ସହର
ଜୟପୁର : ଜୟପୁର ସହରରେ ଭୂତଳ ନର୍ଦ୍ଦମା ନିର୍ମାଣ ନିମନ୍ତେ ବିଭିନ୍ନ ସଂସ୍ଥା ଏବଂ ସ୍ୱରାଜ ବୋର୍ଡ ଦ୍ୱାରା ବହୁବାର ଭୂତଳ ନର୍ଦ୍ଦମା ନିର୍ମାଣ କରିବା ପାଇଁ ଅନୁସନ୍ଧାନ କରି କୋଟି କୋଟି ଟଙ୍କା ଏଜେନ୍ସିମାନଙ୍କୁ ପ୍ରାପ୍ୟ ଦେଇଥିଲେ ସୁଦ୍ଧା ଜୟପୁର ପୌରରେ କରିବା ଏହା ବାଟବଣା ହୋଇଛି । ପୌରରେ ଜଣେ ନିୟମିତ କାର୍ଯ୍ୟନିର୍ବାହୀ ଅଧିକାରୀ ନଥିବା ହେତୁ ଭୂତଳ ନର୍ଦ୍ଦମା ନିର୍ମାଣ ପ୍ରତି ଆଗ୍ରହ ରହୁନଥିବା ଜନତାଙ୍କୁ ପ୍ରତିତ ହେଉଛି । ବିଗତ ୨୦୦୯ମସିହାରେ ବିଜେପି ବିଜେଡି ମିଳିତ ସରକାର ସମୟରେ ୨କୋଟି ଟଙ୍କା ଭୂତଳ ନର୍ଦ୍ଦମା ନିର୍ମାଣ ନିମନ୍ତେ ଅନୁଦାନ ଦେଇଥିଲେ । କିନ୍ତୁ ଏହି ଅନୁଦାନ ରାଶି ପର୍ଯ୍ୟାପ୍ତ ନଥିବା ଯୋଗୁଁ ସ୍ୱରାଜ ବୋର୍ଡ ଏହି ୨ କୋଟି ଟଙ୍କା ଜୟପୁର ପୌରକୁ ଫେରସ୍ତ ଦେଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ପୌର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ଭୁତଳ ନର୍ଦ୍ଦମା ନିର୍ମାଣ କରିବା ନିମନ୍ତେ । ରାଜ୍ୟ ଜନଶୁଣାଣି ପୋର୍ଟାଲରେ ଆଭିଯୋଗ ନଂ ଡିଏମ୨୦୨୫୧୨୧୭୬୨୪ରେ ଅଭିଯୋଗ କରିବା ପରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଏହା ଲିଖିତ ଦେଇଛନ୍ତି ।
- ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି
ଅସରାଏ ବର୍ଷା ଲାଗି ରହିଲେ ସହରରେ ରହିଥିବା ସମସ୍ତ ସାହିର ଛଟରୁ ବଡ ନାଳ ନର୍ଦ୍ଦମା ଭରି ହୋଇ ରାସ୍ତା ଉପରକୁ ଚାଲି ଆସି ଲୋକଙ୍କ ଘର ଭିତରକୁ ନର୍ଦ୍ଦମା ପାଣି ପଶୁଥିବା ଦୃଷ୍ଟିକୁ ଆସିଛି । ପୌରର ୱାର୍ଡ ନଂ ୧୩ ପାଣିନଳାସାହି ଦେଇ ଯାଉଥିବା ଜୟପୁର ସହରର ବଡ ନାଳଟି ଚିକିଟି ନାଳକୁ ସଂଯୋଗ କରୁଥିବା ନାଳଟି ବର୍ଷାର ପ୍ରଭାବରେ ରାସ୍ତା ଏବଂ ନାଳ ଗନ୍ଧିଆ ବର୍ଷା ପାଣିରେ ପରିପୂର୍ଣ୍ଣ । ୱାର୍ଡ ନଂ୧୧, ୧୨, ୧୩, ୧୪, ୧୫, ୧୬, ୧୭ ମୁଖ୍ୟ ବଜାର,ଏନକେଟି ରୋଡ, ପିଆର ପେଟା, ବେଢ଼ା ସାହି, ବିକ୍ରମ ନଗର, କୁମ୍ଭାର ସାହି ସହ ସହରର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ବର୍ଷାର ପାଣିରେ ନଦୀ ଏବଂ କ୍ରୁତିମ ହ୍ରଦ ସମାନ ଭଳି ବର୍ଷା ଜଳରେ ପରିପୂର୍ଣ୍ଣ । ଏହି ସବୁକୁ ଦୃଷ୍ଟିରେ ରଖି କେବଳ ପୌରର ଯନ୍ତ୍ରୀମାନେ ସଠିକ୍ ନାଳର ବ୍ୟବସ୍ଥା ନ କରି ପ୍ରଥମେ ଫେବର ବ୍ରିକ୍ସ ପକାଇ ରାସ୍ତା ନିର୍ମାଣ କରନ୍ତି । ଏହା ଦ୍ୱାରା ଠିକାଦାର ଏବଂ ପୌର ଯନ୍ତ୍ରୀ, ନିର୍ବାହୀ ଅଧିକାରୀ ସମସ୍ତେ ମିଳିତ ଭାବେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଅନୁଦାନକୁ ବାଟମାରଣା କରୁଛନ୍ତି ବୋଲି ସାଧାରଣରେ ବହୁଳ ଭାବରେ ଚର୍ଚ୍ଚା ହେଉଛି । ବିଭିନ୍ନ ସାହିର ମହିଳା ଗୋଷ୍ଠୀମାନଙ୍କ ନାମରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କାର୍ଯ୍ୟ ସରିବା ଦର୍ଶାଇ ଟଙ୍କା ଉଠାଇ ସାଧାରଣ ଜନତାଙ୍କ କର ଟଙ୍କାକୁ ହରିଲୁଟ୍ କରି ବାଟମାରଣା କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେବା ସହ ଭୂତଳ ନର୍ଦ୍ଦମା ନିର୍ମାଣ ପ୍ରତି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ କରିବା ସହ କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ସାଧାରଣରେ ଦେଖିବାକୁ ବାକି ରହିଲା ।