ଭୁଶୁୁଡ଼ିଲା ନିର୍ମାଣାଧୀନ ବକ୍ସଡ୍ରେନ୍ : ପାଚେରି, ଜଣେ ଆହତ
କଟକ: ସ୍ଥାନୀୟ ମାତୃଭବନ ନିକଟରେ ଭୁଷୁଡ଼ିଲା ନିର୍ମାଣଧୀନ ବକ୍ସଡ୍ରେନ ପାଚେରି । ଛତ୍ରବଜାର ନିକଟ ବିସନାବର ଅଂଚଳରେ ନିର୍ମାଣଧୀନ ବକ୍ସଡ୍ରେନ ପାଚେରି ହଠାତ ଭୁଷୁଡ଼ି ପଡିବାରୁ ଜଣେ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଏସସିବିକୁ ପଠାଇ ଦିଆଯାଇଥିଲା । ଡ୍ରେନ୍ରେ ହଠାତ ପାଣିର ସ୍ରୋତ ଅଧିକା ରହିବା ଫଳରେ ପାଚେରି ଭୁଷୁଡ଼ି ପଡ଼ିଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ଏହି ଘଟଣାରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଓ ପୂର୍ବପରି କାର୍ଯ୍ୟ ଜାରି ରହିଥିବା ନିର୍ମାଣଧୀନ ସଂସ୍ଥାର ସୁପରଭାଇଜର କହିଛନ୍ତି । ତେବେ କାହାର ଦାୟିତ୍ୱହୀନତା ପାଇଁ ଏହି ଅଘଟଣ ଘଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାଯୋଗ୍ୟ, ଗତ ଡିସେମ୍ବର ୮ ତାରିଖରେ ବିଡ଼ାନାସୀରେ ସିଏମ୍ସି ପକ୍ଷରୁ ଡ୍ରେନ୍ କାମ ଚାଲିଥିବା ବେଳେ କାନ୍ଥ ଭୁଷୁଡ଼ି ପଡ଼ିଥିଲା । ଏଥିରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଥିବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ ।