ନିଦ୍ରାରେ ଯୋଗାଣ ବିଭାଗ : ଦୋକାନରେ ମାଳ ମାଳ ଘରୋଇ ଗ୍ୟାସ 

ଯାଜପୁର ସଦର:  ଯାଜପୁର ସହରର ଗଳିକନ୍ଦିରେ ଖୋଲିଥିବା ଛୋଟରୁ ବଡ଼ ଦୋକାନରେ ମାଳମାଳ ଘରୋଇ ଗ୍ୟାସ ଉପଯୋଗୀ ହେଉଛି । ଯାହା ବେଆଇନ ହୋଇଥିଲେ ହେଁ ଗ୍ୟାସ ବିକ୍ରେତା ଏହାକୁ ବେଖାତିର କରି ଗ୍ୟାସ ଯୋଗାଇ ଦେବାରେ ଲଗିଛନ୍ତି । ବ୍ୟବସାୟ ପ୍ରତିଷ୍ଠାନରେ ଘରୋଇ ଗ୍ୟାସ ବ୍ୟବହାର ରୋକିବାକୁ ଯୋଗାଣ ବିଭାଗ କାର୍ଯ୍ୟ କରୁଥିଲେ ହେଁ ସଂପୃକ୍ତ ବିଭାଗ କୁମ୍ଭନିଦ୍ରାରେ ରହିଛି । କହିବାକୁ ଗଲେଯାଜପୁର ସହରରେ ସରକାରଙ୍କ ଯୋଗାଣ ବିଭାଗ ଥାଇ ନଥିବା ପରି ଜଣାଯାଇଛି । ବିଭାଗର ବାବୁ ମାନେ ଶୀତତାପ ନିୟନ୍ତ୍ରିତ ଗୃହ ଭିତରେ ରହି ନିଜନିଜର କାର୍ଯ୍ୟ ଗୁଡ଼ିକ ପରିଚାଳିତ କରୁଥିବା ବେଳେ ଜନସାଧାରଣ ମାନଙ୍କ ଅଭିଯୋଗ ଶୁଣିବାକୁ କେହି ନାରାଜ । ଏହି କାରଣରୁ ସହର ମଧ୍ୟରେ ବିଭିନ୍ନ ବଡ଼ବଡ଼ ହୋଟେଲ, ଜଳଖିଆ ଦୋକାନ, ମିଷ୍ଟାନ୍ନ ଦୋକାନ, ଫାଷ୍ଟ ଫୁଡ୍ ଦୋକାନ,ଚା ଦୋକାନ ଗୁଡିକରେ ଘରେଇ ଗ୍ୟାସ ସିଲିଣ୍ଡର ବ୍ୟବହାର ବଢିବାରେ ଲାଗିଛି । ସରକାରଙ୍କ ଦ୍ୱାରା ମିଳିଥିବା ତଥ୍ୟରୁ ଜଣାପଡେ ବ୍ୟବସାୟୀ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗ୍ୟାସ ସିଲିଣ୍ଡର ଗୁଡ଼ିକ କମର୍ସିଆଲ ହେଇଥିବା ବେଳେ ଘରେଇ ମାନଙ୍କ ପାଇଁ ଡୋମେଷ୍ଟିକ ଗ୍ୟାସ ସିଲିଣ୍ଡର ବ୍ୟବହାର କରିବା ନିୟମାବଳୀ ଥିବା ବେଳେ ପ୍ରାୟତଃ ଦେଖିବାକୁ ମିଳେ ବ୍ୟବସାୟୀ ସଂସ୍ଥା ଗୁଡ଼ିକ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି । ପ୍ରାୟେ ବଡ଼ ବଡ଼ ହୋଟେଲ ଜଳଖିଆ ଦୋକାନ ମିଷ୍ଟାନ୍ନ ଦୋକାନ ଗୁଡିକ କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି ବହୁ ମାତ୍ରାରେ ଡୋମେଷ୍ଟିକ୍ ଗ୍ୟାସ ସିଲିଣ୍ଡର ଗଛିତ ରଖିଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । କେନ୍ଦ୍ରସରକାର ପକ୍ଷରୁ ଘରୋଇ ବ୍ୟବହାର ପାଇଁ ଦିଆଯାଉଥିବା ସବସିଡ୍ ଗୁଡ଼ିକ ମଧ୍ୟ ଏହି ଅସାଧୁ ବ୍ୟବସାୟୀମାନେ ହାତୋଉ ଥିବା ଜଣାଯାଏ । ସହର ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକ ବହୁ ମାତ୍ରାରେ ଜାଲିଆତି କରୁଥିବା ଶୁଣିବାକୁ ମିଳିଥିବାବେଳେ ଯୋଗାଣ ଅଧିକାରୀ ବାବୁଙ୍କ ନିଦ ଭାଙ୍ଗୁ ନାହିଁ । ବଡ଼ବଡ଼ ଖାଦ୍ୟ ପଦାର୍ଥ ଗୋଦାମ ଗୁଡ଼ିକ ମନ ଇଚ୍ଛା ଚଢ଼ା ଦରରେ ବିକୁଥିବା ବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହା ଶୁଣିବାକୁ ମିଳେ କିଛି ତଳିଆ କର୍ମଚାରୀଙ୍କୁ ହାତରେ ରଖି ସହର ମଧ୍ୟରେ ଏପରି ଅବ୍ୟବସ୍ଥା ଚାଲିଛି । ସରକାର ବଦଳି ଗଲାଣି ସତ୍ କିନ୍ତୁ ସରକାରୀ ଅଫିସରଙ୍କ ମାନସିକତା ବଦଳି ପାରୁନାହାନ୍ତି । ସତରେ ଯେପରି ଅର୍ଥ ଆଗରେ ବନ୍ଧା ପଡ଼ିଛି ଯାଜପୁର ଜିଲାର ଯୋଗାଣ ବିଭାଗ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି ।