ନିର୍ବାଚନ ପ୍ରଚାର  ଓ ଖରା ର ଉଷ୍ଣତା ଭିତରେ ପଖାଳ ର ମଜ୍ଜା ନେଲେ ପାଣ୍ଡିଆନ.

Biju Janata Dal, Naveen Patnaik VK pandian

ନିର୍ବାଚନ ପ୍ରଚାର  ଓ ଖରା ର ଉଷ୍ଣତା ଭିତରେ ପଖାଳ ର ମଜ୍ଜା ନେଲେ ପାଣ୍ଡିଆନ.

ଭୁବନେଶ୍ୱର : ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାର  ର ଉଷ୍ଣତା ମଧ୍ୟରେ ପଖାଳ ର ମଜ୍ଜା ନେଇଛନ୍ତି 5T ଅଧକ୍ଷ  ଶ୍ରୀ କାର୍ତ୍ତିକ ପାଣ୍ଡିଆନ.
ସାଥିରେ ଥିଲେ India Today TV ର ବରିଷ୍ଠ ସାମ୍ବାଦିକ ଶ୍ରୀ ରାହୁଲ କନୱାଲ. କଲାହାଣ୍ଡି ର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲ ରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ. 
ସାଥୀ ରେ ଥିଲେ ପ୍ରଚାର cover କରିବାକୁ ଆସିଥିବା India Today TV National channel ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ.
ମଧ୍ୟାହ୍ନ ଭୋଜନ  ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ. କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ ବଡି ଚୁରା ଭେଣ୍ଡି ଭଜା ଆଳୁ ଭରତା  ଆଉ ଦହି. ର ମଜ୍ଜା ନେଇ  ଥିଲେ ଦୁଇ ଜଣ. ସମ୍ପୂର୍ଣ ନିରାମିଷ ଖାଦ୍ୟ. ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ପାଣ୍ଡିଆନ ବାବୁଙ୍କ ର ଖୁବ ପସନ୍ଦ. ଆମ ମୁଖ୍ୟମନ୍ତ୍ରୀଙ୍କ ର ମଧ୍ୟ ବହୁତ ପ୍ରିୟ ପଖାଳ. ପଖାଳ ର ଉପକାରିତା ଓ ପ୍ରସ୍ତୁତି ବିଷୟରେ ରାହୁଲ ଙ୍କୁ ବୁଝାଇବା ସହ ଓଡ଼ିଆ ଙ୍କ ର ଏହି ସାଧାରଣ ତଥା ହିତାକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥି ମାନଙ୍କୁ ପରଷି ଥାନ୍ତି ସେ ବିଷୟରେ ଶ୍ରୀ ପାଣ୍ଡିଆନ  ଖାଇବାବେଳେ କହିଥିଲେ  ପରେ ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରିଯାଇଥିଲେ |