ଯୌନ ନିର୍ଯାତନା ଅଭିଯୋଗ: ଇସ୍ତଫା ଦେଲେ କଂଗ୍ରେସ ବିଧାୟକ
ନୂଆଦିଲ୍ଲୀ : ଗତ କିଛି ଦିନ ଧରି ମହିଳାମାନଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ପରେ ଯୁବ କଂଗ୍ରେସ ରାଜ୍ୟ ସଭାପତି ଏବଂ ପାଲକ୍କଡ ବିଧାୟକ ରାହୁଲ ମାମକୁଟାଥିଲ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଧାୟକ ରାହୁଲ ତାଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଇସ୍ତଫା ଘୋଷଣା କରିଛନ୍ତି। ପାଲକ୍କଡ ବିଧାୟକ କହିଛନ୍ତି, ମୋ ଉପରେ ଲଗାଯାଇଥିବା ଅଭିଯୋଗ LDF ସରକାରଙ୍କ ବିରୋଧରେ ସାମ୍ପ୍ରତିକ ଅଭିଯୋଗରୁ ଧ୍ୟାନ ହଟାଇବା ପାଇଁ ଏକ ଜାଣିଶୁଣି ପ୍ରୟାସ। ମୁଁ କୌଣସି ଭୁଲ କରିଥିବାରୁ ଇସ୍ତଫା ଦେଉନାହାଁନ୍ତି ବରଂ ଦଳୀୟ କର୍ମୀଙ୍କ ମୂଲ୍ୟବାନ ସମୟକୁ ନଜରରେ ରଖି ଏହି ନିଷ୍ପତ୍ତି ନେଉଛି। ନିର୍ଦ୍ଦୋଷ ପ୍ରମାଣିତ କରିବା ମୋର ନିଜସ୍ବ ଦାୟିତ୍ୱ ଏବଂ ମୁଁ ଏହା କରିବି।ସୂଚନାଯୋଗ୍ୟ,ରାହୁଲଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କେବଳ ଏତିକି ନୁହେଁ, ସେ ଅଡିଓ ମଧ୍ୟ ଭାଇରାଲ କରିଛନ୍ତି।